ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏସ୍‌ସିଓ ସମ୍ମିଳନୀ ୨୦୨୩: ଆତଙ୍କବାଦ ନେଇ ଦୋମୁହାଁ ନୀତି ନରହୁ

ନୂଆଦିଲ୍ଲୀ: ଭାରତ ଆଜି ଭର୍ଚୁଆଲ ଭାବେ ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ) ସମ୍ମିଳନୀର ଅଧ୍ୟକ୍ଷତା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏସ୍‌ସିଓ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ରାଷ୍ଟ୍ରପତି ଶେହବାଜ ସରିଫ ସାମିଲ ହୋଇଥିଲେ। ରୁଷ୍‌ରେ ୱାଗନର ଗୋଷ୍ଠୀର ବିଦ୍ରୋହ ପରେ ପୁଟିନ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏସ୍‌ସିଓରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୟୁରେସିଆର ଶାନ୍ତି, ସମୃଦ୍ଧି ଏବଂ ବିକାଶ ପାଇଁ ଏସ୍‌ସିଓ ହେଉଛି ଏକ ପ୍ରମୁଖ ପ୍ଲାଟଫର୍ମ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏସ୍‌ସିଓରେ ସୀମାପାର ଆତଙ୍କବାଦକୁ କଡ଼ା ସମାଲୋଚନା କରି କହିଛନ୍ତି, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବାପାଇଁ ଏସ୍‌ସିଓର ସବୁ ରାଷ୍ଟ୍ର ସହଯୋଗ କରିବା ଆବଶ୍ୟକ। ଆଞ୍ଚଳିକ ଏବଂ ବୈଶ୍ବିକ ଶାନ୍ତି ଦିଗ ପ୍ରତି ଆତଙ୍କବାଦ ହେଉଛି ଏକ ବଡ଼ ବିପଦ। ଆମକୁ ଆତଙ୍କବାଦ ବିରୋଧ‌ରେ ଲଢ଼େଇ କରିବାକୁ ପଡ଼ିବ। କିଛି ରାଷ୍ଟ୍ର ସେମାନଙ୍କ ନୀତି ଭାବେ ସୀମାପାର ଆତଙ୍କବାଦକୁ ବ୍ୟବହାର କରୁଛନ୍ତି ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ଏସ୍‌ସିଓ ଏଭଳି ରାଷ୍ଟ୍ରକୁ ସମାଲୋଚନା କରିବାରେ ଆଦୌ ଦ୍ବିଧା କରିବା ଉଚିତ ନୁହେଁ। ଏସ୍‌ସିଓ ରାଷ୍ଟ୍ରମାନେ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ଉଚିତ। ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ରହିବା ଉଚିତ ନୁହେଁ। ଆମକୁ ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

ବୈଠକରେ ମୋଦୀ ପାକିସ୍ତାନର ନାମ ନେଇନଥିଲେ ମଧ୍ୟ ‌ସେ ପାକିସ୍ତାନକୁ ହିଁ ଇଙ୍ଗିତ କରି କଡ଼ା ବାର୍ତ୍ତା ରଖିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୋଦୀ ଆତଙ୍କବାଦ ପ୍ରସଙ୍ଗରେ ରୋକ୍‌ଠୋକ ଶୁଣାଇଦେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏସ୍‌ସିଓରେ ଉଦ୍‌ବୋଧନ ସମୟରେ ମୋଦୀ, ଖାଦ୍ୟ, ଇନ୍ଧନ ଏବଂ କୀଟନାଶକ ଯୋଗାଣ ଦିଗରେ ଥିବା ‌ବୈଶ୍ବିକ ଚ୍ୟାଲେଂଜ ନେଇ ସତର୍କ କରାଇଛନ୍ତି। ରୁଷ୍‌ ରାଷ୍ଟ୍ରପତି ପୁଟିନ କହିଥିଲେ ଯେ ୟୁକ୍ରେନ୍‌ ବିରୋଧରେ ଆମର ଅଭିଯାନ ଆରମ୍ଭ ହେବାପରେ ପଶ୍ଚିମ ରାଷ୍ଟ୍ରମାନେ ରୁଷ୍‌ ବିରୋଧରେ ଅତି କଠୋର କଟକଣା ଲଗାଇଥିଲେ ଏବଂ ଲଗାତାର ବଦନାମ କରିବାକୁ ପ୍ରୟାସ କରିଥିଲେ। ସେମାନଙ୍କର କୌଣସି ଚାଲ୍‌ ସଫଳ ହୋଇନାହିଁ ଏବଂ ରୁଷ୍‌ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ବୋଲି ପୁଟିନ ପଶ୍ଚିମ ରାଷ୍ଟ୍ରଙ୍କ ଉଦ୍ଦେଶ୍ୟରେ କହିଥିଲେ। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଥିଲେ ଯେ ଏସ୍‌ସିଓ ରାଷ୍ଟ୍ରମାନେ ସେମାନଙ୍କ ଆର୍ଥିକ ସୁଧାରକୁ ତ୍ବରାନ୍ବିତ କରିବା ପାଇଁ ଏକଜୁଟ ହୋଇ କାମ କରିବାକୁ ହେବ। ଏହା ସହିତ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏସ୍‌ସିଓ ସମ୍ମିଳନୀରେ କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ଇରାନର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ