ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଛତିଶଗଡ଼: ବଳିଦାତାକୁ ମାରିଲା ଛେଳିର ଆଖି

ସୂରଜପୁର: କଥାରେ ଅଛି ଆମେ ଆଜି ଯାହାକୁ ମାରି ଖାଉଛୁ, ସେ ଆରଜନ୍ମରେ ମଣିଷ ହେବ ଓ ଆମେ ପଶୁ ହୋଇ ଜନ୍ମ ହେବୁ ଏବଂ ସେ ଆମକୁ ମାରି ଖାଇବ। କିନ୍ତୁ ଛତିଶଗଡ଼ରେ ଗୋଟିଏ ବୋଦାର ଆଖି ତା’ର ବଳିଦାତାର ମୃତ୍ୟୁର କାରଣ ହୋଇଛି।

ଛତିଶଗଡ଼ ସୂରଜପୁର ଜିଲ୍ଲାର ବଗର ସାଇ ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ନିଜର ଅଭିଳାଷ ପୂରଣ ପାଇଁ ଦେବୀ ମନ୍ଦିରରେ ଏକ ଛାଗବଳି ଦେବାକୁ ମାନସିକ କରିଥିଲେ। ତାଙ୍କର ମାନସିକ ପୂରଣ ହୋଇଯିବାରୁ ବଗର ସାଇ ଓ ତାଙ୍କ ଗାଁ ମଦନପୁରର କେତେକ ବାସିନ୍ଦା ରବିବାର ଖୋପାଧାମର ଦେବୀ ମନ୍ଦିରକୁ ଆସି ଏକ ଅଣ୍ଡିରା ଛେଳିକୁ ବଳି ଦେଇଥିଲେ।

ଏହାପରେ ବଳି ପଡ଼ିଥିବା ବୋଦାର ମାଂସ ରାନ୍ଧି ବଗର ସାଇ ଓ ଗ୍ରାମବାସୀମାନେ ଭୋଜି କରି ଖାଇ ବସିଥିଲେ। ଖାଇଲା ବେଳେ ବଗର ସାଇ ହାବୁଡ଼େ ପଡ଼ିଥିଲା ବୋଦାର ଏକ ଆଖି। ତରବରରେ ନ ଚୋବାଇ ସେ ଏହାକୁ ଗିଳିବାକୁ ଚେଷ୍ଟା କଲାବେଳେ ଏହା ତାଙ୍କ ତଣ୍ଟିରେ ଲାଖିଯାଇଥିଲା। ସେ ଏହାକୁ ଗିଳିବାକୁ ଯେତେ ଚେଷ୍ଟା କଲେ ବି ତାହା ତଣ୍ଟିରୁ ଆଉ ଭିତରକୁ ଯାଇ ନ ଥିଲା କି ବାହାରକୁ ବାହାରି ନ ଥିଲା। ଫଳରେ ନିଃଶ୍ବାସପ୍ରଶ୍ବାସ ନେଇ ନ ପାରି ବଗରସାଇ ଛଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଚିକତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ