ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୪ ବର୍ଷ ପୂରିଲା ଘରକୁ ଫେରିଲାନି ଇଞ୍ଜିନିୟର ପୁଅ : ଅପେକ୍ଷା କରିଛନ୍ତି ଦୁଇ ବାପା ଦୁଇ ମା’, ଶୁଖୁନି ଆଖି ଲୁହ

ସୋର ୨୩।୧୨: ପୁଅ ନିଖୋଜକୁ ବିତିଲା ୪ ବର୍ଷ । ପୁଅକୁ ଝୁରି ଝୁରି ଯଶୋଦା ଓ ଦେବକୀ ମା’ଙ୍କ ଆଖି ଲୁହ ଶୁଖୁନି । ଇଞ୍ଜିନିୟର ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ଦୁଇ ମା’ ଓ ଦୁଇ ବାପା । ସତରେ କ’ଣ ଫେରିବ ତାଙ୍କ ପୁଅ ? ଏବେ ବି ଆଶାବାନ୍ଧି ବସିଛନ୍ତି ଜନ୍ମିତ ଓ ପାଳିତ ମା’-ବାପା ।


ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର କ୍ଷେରକୋଣା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ରମ୍ଭାମଣୀ ବେହେରା ଓ ହରିହର ବେହେରା ପୁଅ ହେଉଛନ୍ତି ସୟ । ଜନ୍ମ ହେବା ପରେ ସୟଙ୍କୁ ରମ୍ଭାମଣୀ ନିଜ ଭାଇ ସୋର ବ୍ଲକ କେଦାରପୁର ଗ୍ରାମର ବୈକୁଣ୍ଠ ବହେରା ଓ ଭାଉଜ ସଂଯୁକ୍ତାକୁ ଟେକି ଦେଇଥିଲେ । ଆଇନ ଅନୁଯାୟୀ ବୈକୁଣ୍ଠ ଓ ସଂଯୁକ୍ତା ସୟକୁ ପୁଅ ଭାବେ ଗ୍ରହଣ କରିଥିଲେ । ବୈକୁଣ୍ଠ ରାଉରକେଲାରେ ଶିକ୍ଷକତା କରୁଥିଲେ । ସେ ସେଠାରେ ସୟକୁ ନେଇ ଲାଳଣ ପାଳନ କରିବା ସହିତ ପାଠ ପଢାଇଥିଲେ । ସୟକୁ ବାରିପଦାରେ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢାଇଥିଲେ ।

ସୟ ବାଲେଶ୍ବର ରହିବା ସମୟରେ ବାହାନଗା ଗୋପାଳପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ସଂପର୍କ ଗଢି ଉଠିଥିଲା । ଫଳରେ ସେ ଘରୁ ଲୁଚି ପଳାଇ ଯାଇଥିଲେ । ପରେ ବାପା ବୈକୁଣ୍ଠ ଖୋଜାଖୋଜି କରି ପୁଅ ସୟକୁ ଘରକୁ ଫେରାଇ ଆଣିଥିଲେ । କିଛିଦିନ ସୟ ଘରେ ରହିବା ସହିତ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ପରେ ନୀଳଗିରିରେ ସୟ ଭଡା ଘର ନେଇ ରହିଥିଲେ ।

ବାପା-ମା’ଙ୍କ ସହିତ ଶିରିଡି ସାଇ ଦର୍ଶନ କରିବାକୁ ଯାଇଥିଲେ । ଫେରିବା ବାଟରେ ସୟ ମୁମ୍ବାଇରେ କାର୍ଯ୍ୟ ଅନ୍ବେଷଣରେ ରହିଯାଇଥିଲେ । ମାତ୍ର ସେ ସେଠାରୁ ଘରକୁ ନଫେରି କଟକରେ ରହିଥିଲେ । ପୁଅ ନଫେରିବାରୁ ବାପା ବୈକୁଣ୍ଠ ସିମୁଳିଆ, ସୋର ଓ ନୀଳଗିରି ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ । ତତକାଳିନ ଏସପିଙ୍କୁ ସାକ୍ଷାତ କରି ଦୁଃଖ ଜଣାଇଥିଲେ ।


ହେଲେ ପୁଅ ସୟ ୪ବର୍ଷ ହେବ ଘରକୁ ଫେରିନି । ଉଭୟ ଜନ୍ମିତ ଓ ପାଳିତ ବାପା-ମା’ ପୁଅର ଫେରିବା ବାଟକୁ ଅନାଇ ବସିଛନ୍ତି । ପୁଅକୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ମଧ୍ୟ ଗୁହାରି କରିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି