ରାଜ୍ୟ

ଜୁନ୍‌ରେ ସ୍ବଳ୍ପ ବୃଷ୍ଟି, ଶୁଖିଲା ଜଳଭଣ୍ଡାର

କୋରାପୁଟ : ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତ ବର୍ଷ ବିଳମ୍ବରେ କୋରାପୁଟ ଜିଲ୍ଲାରେ ପ୍ରବେଶ କରିଥିଲା ମୌସୁମୀ। କିଛି ଦିନ ଲଗାଣ ବର୍ଷା ଗରମରୁ ମୁକ୍ତି ଦେଇଥିଲା ବେଳେ ଚାଷୀ ବେଶ୍‌ ଉତ୍ସାହିତ ହୋଇଥିଲେ। କିନ୍ତୁ ହଠାତ୍‌ ମୌସୁମୀ ଗାଏବ ହୋଇଯିବା ଅନେକ ଆଶଙ୍କାକୁ ଘନିଭୂତ କରିଛି। ଯଦି ସପ୍ତାହକ ମଧ୍ୟରେ ଲଗାଣ ବର୍ଷା ନହୁଏ, ଜଳ ଯୋଗାଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ ବୋଲି କୁହାଯାଉଛି।

ଜୁନ୍‌ ପ୍ରଥମ ସପ୍ତାହରେ ସାଧାରଣତଃ କୋରାପୁଟ ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଥାଏ। କିନ୍ତୁ ଚଳିତ ବର୍ଷ ସପ୍ତାହେ ବିଳମ୍ବ ହୋଇଥିଲା। ତଥାପି କିଛି ଦିନର ବର୍ଷା ଯୋଗୁ ବିହନ ବୁଣିଥିବା ବେଳେ ଏବେ ବର୍ଷା ଉଭାନ ହୋଇଯିବାରୁ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥିବା ଚାଷୀ କହିଛନ୍ତି। ସେହିପରି ନିଅଣ୍ଟିଆ ବର୍ଷା ଯୋଗୁ ଜଳଭଣ୍ଡର ଗୁଡ଼ିକ ମଧ୍ୟ ଶୁଖିବା ଆରମ୍ଭ ହୋଇଛି। ଗତବର୍ଷ ଜୁନ୍‌ ମାସରେ ଭଲ ବର୍ଷା ହୋଇଥିଲା ଏବଂ ଜୁଲାଇ ମାସରେ ବର୍ଷା ପରିମାଣ କମିଥିଲେ ସୁଦ୍ଧା ବିଶେଷ ଫରକ ପଡ଼ି ନଥିଲା। କିନ୍ତୁ ଚଳିତ ବର୍ଷ ଜୁନ୍‌ରେ ବର୍ଷା କମିଛି ଏବଂ ଜୁଲାଇରେ ମୌସୁମୀର ମିଜାଜ୍‌ କଣ ରହିବ ତାହାକୁ ପୂର୍ବାନୁମାନ କରାଯାଇ ପାରୁନି।

recommended by

ବର୍ଷା ପରିମାଣକୁ ଆକଳନ କରାଗଲେ ଗତବର୍ଷ ଜୁଲାଇ ମାସରେ ସର୍ବମୋଟ ୬୩୨୬.୨ ମିମି ବର୍ଷା (ହାରାହାରି ୪୫୧.୮୭ମିମି) ହୋଇଥିଲା। ୨୦୨୧ ମସିହା ଜୁଲାଇରେ ମୋଟ ୩୩୩୮.୨ମିମି ଏବଂ ହାରାହାରି ୨୩୮.୪୨ ମିମି ବର୍ଷା ରେକର୍ଡ ହୋଇଥିଲା। ୨୦୨୦ ମସିହା ଜୁଲାଇ ମାସରେ ମୋଟ ୩୮୧୧.୩ ମିମି ଏବଂ ହାରାହାରି ୨୭୨.୭୪ ମିମି ହୋଇଥିଲା। ଅନ୍ୟପକ୍ଷରେ ଚଳିତ ବର୍ଷ ଜୁନ୍‌ ମାସରେ ମାତ୍ର ୧୧ଦିନ ବର୍ଷା ହୋଇଛି ଏବଂ ହାରାହାରି ୧୭୦.୬୪ମିମି ବର୍ଷା ରେକର୍ଡ କରାଯାଇଛି। ୨୦୨୨ ମସିହା ଜୁନ୍‌ରେ ୧୩ଦିନ ବର୍ଷା ହୋଇଥିଲା ଏବଂ ହାରାହାରି ୧୩୧.୯୩ ମିମି ବର୍ଷା ରେକର୍ଡ କରାଯାଇଥିଲା। ୨୦୨୧ ମସିହା ଜୁନ୍‌ ମାସରେ ୨୦ଦିନରେ ହାରାହାରି ୨୬୩.୯୪ ମିମି ବର୍ଷା ହୋଇଥିଲା। ୨୦୨୦ ମସିହା ଜୁନ୍‌ରେ ୨୨ଦିନ ବର୍ଷା ହୋଇ ହାରହାରି ୨୪୪.୪୧ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ଯଦିଓ ଚଳିତ ବର୍ଷ ଜୁନ୍‌ରେ ବର୍ଷା ପରିମାଣ ସମସ୍ୟା ଅଧିକ ରହିଛି, କିନ୍ତୁ ଦିନ ସଂଖ୍ୟା ପୂର୍ବବର୍ଷ ତୁଳନାରେ କମିଛି।

ସେହିପରି ତେଲେଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପର ଡ୍ୟାମ୍‌ରେ ଗତବର୍ଷ ଜୁଲାଇ ୩ତାରିଖ ସୁଦ୍ଧା ୬୨୩.୨୦ମିଟିର ଜଳ ଗଚ୍ଛିତ ରହିଥିଲା। ଚଳିତ ବର୍ଷ ଏହି ଡ୍ୟାମ୍‌ରେ ପ୍ରାୟ ୧୦ମିଟର କମ ଅର୍ଥାତ ୬୧୩.୫୦ମିଟର ପାଣି ରହିଛି। କୋଲାବ ଡ୍ୟାମ୍‌ ସ୍ଥିତି ସାମାନ୍ୟ ଭଲ ରହିଥିଲେ ସୁଦ୍ଧା ଆଗକୁ ଜଳ ସଂକଟର ସଂକେତ ଦେଉଛି। କାରଣ ଗତବର୍ଷ ଜୁଲାଇ ୩ତାରିଖ ସୁଦ୍ଧା ୮୪୫.୫୭ ମିଟର ଜଳ ରହିଥିଲା। ଆଜି ଏହି ଜଳଭଣ୍ଡାରରେ ୮୪୯.୫୭ ମିଟର ପାଣି ରହିଛି। ତେବେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧୬.୯୦୨ କ୍ୟୁମେକ୍‌ ମିଟର ଜଳ ପ୍ରବେଶ କରୁଥିବା ବେଳେ ଜଳସେଚନ ତଥା ବିଦ୍ୟୁତ ଉତ୍ପାଦନ ନିମନ୍ତେ ପ୍ରତି ସେକେଣ୍ଡରେ ୨୯.୩୦୬ କ୍ୟୁମେକ୍‌ ମିଟର ଜଳ ନିଷ୍କାସିତ ହେଉଛି। ତେଣୁ ବର୍ଷା ନହୋଇ ଏମିତି ଜଳ ନିଷ୍କାସିତ ହୋଇଚାଲିଲେ ଜଳଭଣ୍ଡାର ଶୁଖିବା ନିଶ୍ଚିତ। ମୁରାନ ଜଳଭଣ୍ଡାରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।

ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀଙ୍କ କହିବା ହେଲା, ବର୍ଷା ଅଭାବ କାରଣରୁ କୋଲାବ ଓ ତେଲେଙ୍ଗିର ଜଳଭଣ୍ଡାର ଖାଲି ହୋଇଛି। ଆଗକୁ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଯଦି ଭଲ ବର୍ଷା ନହୁଏ, ସ୍ଥିତି ବିଗିଡ଼ିପାରେ। ପରିସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।