ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଭଲ ନମ୍ବର ରଖିବା ବଡ଼ କଥା ନୁହେଁ, ଭଲ ମଣିଷ ହେବା ଆବଶ୍ୟକ

କଟକ: ଛାତ୍ରଛାତ୍ରୀମାନେ ନିଜ ଆଚରଣ ଠିକ ରଖନ୍ତୁ। ଅହଙ୍କାର ଛାଡ଼ନ୍ତୁ। ଶ୍ରେଣୀରେ ଶିକ୍ଷାଗ୍ରହଣ ବେଳେ ନିଜ ଦ୍ବନ୍ଦ୍ବ ଦୂର ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ କଥା ପଚାରନ୍ତୁ। କେଏମ୍‌ବିବି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତି ଏଭଳି ପରାମର୍ଶ ଦେଇଛନ୍ତି।

ବାରଙ୍ଗ ନରଣପୁରସ୍ଥିତ କ୍ୟାମ୍ପସ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ‘ସମ୍ବାଦର ସମ୍ପାଦକ, ଖଣ୍ଡପଡ଼ା ବିଧାୟକ ତଥା କେଏମ୍‌ବିବି ଗ୍ରୁପ୍‌ ଅଫ୍ ଇନଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଛାତ୍ରଛାତ୍ରୀମାନେ କେବଳ ଭଲ ନମ୍ବର ରଖିବା ବଡ଼ କଥା ନୁହେଁ। ଭଲ ମଣିଷଟିଏ ହେବା ଉଚିତ। ଏହି ଅବସରରେ ସେ ୫ଟି ମକୁ ମନେ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରଥମ ମ ହେଲା ମା। ଯଦି ମାକୁ ଭୁଲିବେ, ଯେତେ ନମ୍ବର ରଖିଲେ ବି ଜିରୋ ହୋଇଯିବ। ଦ୍ବିତୀୟରେ ମାଟି। ତୃତୀୟରେ ମାତୃଭାଷା। ଯିଏ ନିଜ ମାତୃଭାଷାରେ ​ଦକ୍ଷ ହୋଇ ପାରିବେ, ସେ ଇଂରାଜୀକୁ ମଧ୍ୟ ଆୟତ କରିପାରିବେ। ଚତୁର୍ଥ ହେଉଛି ମୋବାଇଲ୍। ଏବେ ମୋବାଇଲ ଆଉ ଯନ୍ତ୍ର ନୁହେଁ, ଅଙ୍ଗବସ୍ତ୍ର ହୋଇଗଲାଣି। କିନ୍ତୁ ମୋବାଇଲ ଆମକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଆମେ ମୋବାଇଲକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ସେହିଭଳି ୫ଟି ନକୁ ମନେ ରଖିବା ଉଚିତ। ନିରୋଗ ରହିବା। ନିରହଂକାର ହେବା। ନିରାଡ଼ମ୍ବର ଭାବେ ବଞ୍ଚିବା। ନିଡର ହେବା। ଯଦି ସତ ସହିତ ସଙ୍ଗାତ ବସିବା ତେବେ ଡରିବାର ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ରାଜ୍ୟର ଖ୍ୟାତନାମା ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଯୁକ୍ତ ଦୁଇ ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ପରିବର୍ତ୍ତନର ସମୟ। ଏହି ସମୟରେ ଛାତ୍ରଛାତ୍ରୀଙ୍କ ମୂଳଦୂଆ ସୁଦୃଢ ହେବା ନିହାତି ଆବଶ୍ୟକ। ଛାତ୍ରଛାତ୍ରୀଙ୍କୁ କେବଳ ସ୍ବାଧୀନତା ଦେଲେ ହେବ ନାହିଁ, ସେମାନଙ୍କ ଶୃଙ୍ଖଳିତ ଜୀବନ ଗଢ଼ିବା ମୁଖ୍ୟ କଥା। ପ୍ରଥମେ ଭଲ ମଣିଷ ହେବା ଓ ବ୍ୟକ୍ତିତ୍ବ ଗଠନ ନିହାତି ଆବଶ୍ୟକ ବୋଲି ପ୍ରଫେସର ଡାକ୍ତର ମହାପାତ୍ର କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେଏମ୍‌ବିବି ଗ୍ରୁପ୍‌ ଅଫ୍ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ସରୋଜ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ଆହ୍ବାନ ଦେଇଥିଲେ। ଆମ ଓଡ଼ିଶା ସମ୍ପାଦକ ସ୍ବରାଜ ମିଶ୍ର ଛାତ୍ରଛାତ୍ରୀମାନେ ହଷ୍ଟେଲର ଅନୁଶାସନ ଭିତରେ ରହିବାକୁ ପରାମର୍ଶ ଦେଇଥିଲେ। କେଏମ୍‌ବିବି ଗ୍ରୁପ୍‌ ଅଫ୍ ଇନଷ୍ଟିଚ୍ୟୁଟ୍‌ର ପ୍ରିନ୍ସିପାଲ୍‌ ଡକ୍ଟର୍‌ ବିଜୁନି ଚରଣ ସୂତାର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ମୋନାଲିସା ନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।