ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିବା ଦର ବୃଦ୍ଧି ପ୍ରତିବାଦ‌ରେ ସିପିଆଇର ବିକ୍ଷୋଭ

ଭୁବନେଶ୍ବର : ପନିପରିବାର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ଓ ବିକେଏମୟୁ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ ଏବଂ ରାସ୍ତାରୋକ କରାଯାଇଥିଲା। ପୂର୍ବାହ୍ନରେ ଉଭୟ ସଂଗଠନର ବହୁ କର୍ମୀ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇର ‌ଜୋନ୍‌ ସମ୍ପାଦକ ତଥା ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା କହିଥିଲେ ଯେ ୨୦୦୦ ମସିହାରେ ବିଜୁ ଜନତା ଦଳ ନିର୍ବାଚନୀ ଇସ୍ତାହାରରେ ପ୍ରତି ବ୍ଲକ‌ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା କଥା କହିଥିଲା। ୨୩ ବର୍ଷ ମଧ୍ୟରେ ତାହା ହୋଇପାରିଲା ନାହଁ। ତେଣୁ ଚାଷୀ ଟମାଟୋ ବିକି ନ ପାରି ରାସ୍ତାରେ ଫିଙ୍ଗୁଛି। କୋବି କିଆରିରେ ଟ୍ରାକ୍ଟର ମଡ଼ାଉଛି। ଏହାର ଫଳ ସ୍ବରୂପ ଆଜି ପରିବା ଦରରେ ନିଆଁ ଲାଗିଛି। ଏହି ଦରବୃଦ୍ଧି ପାଇଁ ସରକାର ଦାୟୀ ବୋଲି ଶ୍ରୀ ଜେନା କହିଥିଲେ। ଏହି ବିକ୍ଷୋଭରେ ବିକେଏମୟୁ ରାଜ୍ୟ ସହସମ୍ପାଦକ ଶଙ୍କର ବାରିକ, ଭୁବ‌ନେଶ୍ବର ସିପିଆଇ ସହ ସମ୍ପାଦକ କୈଳାସ ପୁହାଣ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ଶରତ ସ୍ବାଇଁ, ଛେତମ୍ବର ଭୋଇ, ପଞ୍ଚାନନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।