ରାଜ୍ୟ

କେଏମ୍‌ବିବି ମହାବିଦ୍ୟାଳୟର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ: ‘ଡାକ୍ତରୀ ବୃତ୍ତି ବାଦ୍ ବି ଭଲ ଛାତ୍ର ରୋଜଗାରକ୍ଷମ ହୋଇପାରିବ’

କଟକ : ଓଡ଼ିଆ ଅଭିଭାବକମାନେ ସାଧାରଣତଃ ତାଙ୍କ ପିଲା ଡାକ୍ତର ହୁଅନ୍ତୁ ବୋଲି ଚାହାନ୍ତି। ଯଦି ପଡ଼ୋଶୀ ଘରେ କେହି ଡାକ୍ତର ହେଇଛନ୍ତି, ତେବେ ତାଙ୍କ ମନ ଦୁଃଖ ହୁଏ। କିନ୍ତୁ ଏହି ଡାକ୍ତରୀ ବୃତ୍ତି ବାହାରେ ବି ଜଣେ ଛାତ୍ର ଭଲ ରୋଜଗାରକ୍ଷମ ହୋଇ ଜୀବନକୁ ଉପଭୋଗ କରିପାରିବ। କେଏମ୍‌ବିବି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଇନଷ୍ଟିଚ୍ୟୁଟ୍‌ ଅଫ୍ ଫିଜିକ୍ସର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ଏଭଳି କହିଛନ୍ତି।

କେଏମ୍‌ବିବି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ରବିବାର ବାରଙ୍ଗ ନରଣପୁର କ୍ୟାମ୍ପସ୍‌ରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସର ନିର୍ଦ୍ଦେଶକ ପ୍ରଫେସର ନନ୍ଦ ଯୋଗଦେଇ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଆମ ଦେଶର ଭବିଷ୍ୟତ। କେହି ଡାକ୍ତର, ଇଞ୍ଜିନିୟର୍‌, ଅଧ୍ୟାପକ କି ବୈଜ୍ଞାନିକ ହେବାକୁ ଯଦି ଇଚ୍ଛା କରୁଛନ୍ତି ତେବେ ଆଜିଠାରୁ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। ଏହା ପୂର୍ବରୁ ଅଭିଭାବକ ଓ ଶିକ୍ଷକଙ୍କ ସହିତ ଆଲୋଚନା କରନ୍ତୁ। ଏଭଳି କଲେ ସଫଳତା ନିହାତି ମିଳିବ ବୋଲି ପ୍ରଫେସର ନନ୍ଦ କହିଛନ୍ତି।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ସମ୍ପାଦକ, ଖଣ୍ଡପଡ଼ା ବିଧାୟକ ତଥା କେଏମ୍‌ବିବି ଗ୍ରୁପ୍‌ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଅଭିଭାବକଙ୍କ ଉଦ୍ଦେଶ୍ୟରେ କହିଥିଲେ, ପିଲାମାନଙ୍କ ଉପରେ ଚାପ ପକାନ୍ତୁ ନାହିଁ। ଅନୁଷ୍ଠାନ କିଭଳି ଅଧିକ ସୁନାମ ଅର୍ଜନ କରିବ ସେଥିପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏହାସହିତ ସେ କହିଥିଲେ ଯେ, ଯେତେବେଳେ ବାପାଙ୍କ ଆଙ୍ଗୁଠି ଧରି ମେଳା ଭିତରେ ପିଲାଟି ଚାଲିଥାଏ ସେତେବେଳେ ସେ ନିର୍ବିକାର ଥାଏ। ବାପାଙ୍କ ଆଙ୍ଗୁଠି ଧରିଥିବା ପର୍ଯ୍ୟନ୍ତ ପିଲାଟି ଡରେ ନାହିଁ, ହଜିବାର ଭୟ ନଥାଏ। ସବୁ ପିଲାମାନେ ତାଙ୍କ ବାପା ମାଙ୍କ ପ୍ରତି ଏଭଳି ଭରସା ଯେଭଳି ରଖିପାରିବେ, ସେଥିପାଇଁ ପରିବେଶ ସୃଷ୍ଟି କରାଯାଉ ବୋଲି ଅଭିଭାବକମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଉଦ୍‌ଘାଟକ ଭାବେ ଓଲିଓଡ୍‌ ସୁପରଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର କହିଥିଲେ, ପିଲାଟି ଆମ ଭବିଷ୍ୟତ। କିନ୍ତୁ ପିଲାକୁ ସେତେବେଳେ ଭବିଷ୍ୟତ କହିବା, ଯେତେବେଳେ ଆମେ ପିଲାର ବର୍ତ୍ତମାନକୁ ଠିକ୍ କରିପାରିବା। ପିଲା ଯଦି ବର୍ତ୍ତମାନ ଠିକ୍ ରାସ୍ତାରେ ନାହିଁ, ତେବେ ଭବିଷ୍ୟତ କିଭଳି ଠିକ୍‌ ହେବ? ତେଣୁ ସେ ଦିଗରେ ଉଦ୍ୟମ କରିବା ଉଚିତ। ଆମର ଅତୀତ ହେଉଛି ଅଭିଜ୍ଞତା। ବର୍ତ୍ତମାନକୁ ତର୍ଜମା କରିବା ପରେ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିପାରିବା ବୋଲି ଅଭିଭାବକଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ। ସେ ଆହୁରି କହିଥିଲେ ଯେ, ପିଲାଙ୍କୁ କେବଳ ପାଠ ପଢ଼ା ଭିତରେ ବାନ୍ଧି ଦିଅନ୍ତୁ ନାହିଁ। ପାଠ ପଢ଼ା ସର୍ବସ୍ବ ନୁହେଁ। ସଂସ୍କାର ଟିକକ ବି ତା ଭିତରେ ରଖିବା ଆବଶ୍ୟକ ବୋଲି ସେ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।