ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମିଳିଲାନି ବସ୍, ମାଲଗାଡୀରେ ଗଲେ ପରୀକ୍ଷାର୍ଥୀ: ଭିଡିଓ ଭାଇରାଲ୍ ପରେ ରେଳବାଇ ଅଧିକାରୀଙ୍କ ସଫେଇ

ବକ୍ସର ୨୩/୧୨ : ବିହାରରେ ରେଳବାଇର ଅବହେଳା ସାମ୍ନାକୁ ଆସିଛି। ମାମଲା ବକ୍ସରର। ବକ୍ସରର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ନିଜ ଜୀବନକୁ ବିପଦରେ ପକାଇ ପରୀକ୍ଷାର୍ଥୀ ଖୋଲା ଡବାରେ ଯାତ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବକ୍ସର ଜିଲ୍ଲାରେ ବନ ବିଭାଗ ପରୀକ୍ଷା ଚାଲିଛି। ପରୀକ୍ଷା ପାଇଁ ଅନ୍ୟ ଜିଲ୍ଲାରୁ ପରୀକ୍ଷାର୍ଥୀ ଆସିଥିଲେ। ଟ୍ରେନ୍ ଚାଲୁନଥିବାରୁ ପରୀକ୍ଷାର୍ଥୀ ମାଲଗାଡୀରେ ଚଢି ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାଧ୍ୟ ହୋଇଥିଲେ। ଭାଇରାଲ୍ ହୋଇଥିବା ଭିଡିଓ ଡୁମରାଓ ଷ୍ଟେସନର। ପରୀକ୍ଷାର୍ଥୀ ମାଲଗାଡୀରେ ବସି ଯାଉଥିବା ଭିଡିଓରେ ସ୍ପଷ୍ଟ ଦେଖାଦେଇଛି।

ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ରେଳବାଇ ଅଧିକାରୀ ସଫେଇ ଦେଇଛନ୍ତି। ଫୋନରେ ସେ କହିଛନ୍ତି ଯେ ବନ ବିଭାଗ ପରୀକ୍ଷା ହେବା ନେଇ ରେଳବାଇକୁ ସୂଚନା ଦିଆଯାଇନଥିଲା କିନ୍ତୁ ଭିଡିଓ ସତ। ସେ କହିଛନ୍ତି, ବକ୍ସର ଷ୍ଟେସନରୁ ମାଲଗାଡୀରେ ବସି ପରୀକ୍ଷାର୍ଥୀ ପାଟନା ଯାଏଁ ଯାଇଛନ୍ତି। ରେଳବାଇର ଅଧିକାରୀ ଏ ସମ୍ପର୍କରେ ମତାମତ ଦେବା ପାଇଁ ରାଜି ନୁହନ୍ତି, କାରଣ ଏହା ଏକ ଗମ୍ଭୀର ମାମଲା।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି