ଅପରାଧ ରାଜ୍ୟ

କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ: ଶ୍ବଶୁର ଘର ଗାଁପାଖ ଜଙ୍ଗଲରୁ ମିଳିଲା ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ

କଣ୍ଟାବାଞ୍ଜି/ ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ସାଲେଭଟା ଗ୍ରାମର ନବ ଭୋଇ(୫୦) ନାମକ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ନିଜ ଶ୍ଵଶୁର ଘର ଏହି ଥାନା ଯମୁନାବାହାଲ ଗ୍ରାମର ତିଖାଲି ସଂରକ୍ଷିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଆଜି ପୁଲିସ ଉଦ୍ଧାର କରିଛି। ସେ ନିଜର ଏକ ଗାମୁଛାରେ ଏକ ସାହାଡ଼ା ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି

ନବ ଭୋଇ ଯମୁନାବାହାଲ ଗ୍ରାମର ଅନ୍ତବଲ ପ୍ରଧାନୀଙ୍କ ଝିଅଙ୍କୁ ବାହା ହୋଇଥିଲେ। ମୃତକଙ୍କ ସ୍ତ୍ରୀ ଜ୍ୟୋସ୍ନା, ୫ ପୁଅ ଓ ଜଣେ ଝିଅ ଅଛନ୍ତି। ପୂର୍ବରୁ ସ୍ତ୍ରୀ ଓ ପୁଅଝିଅ ନିଜ ବାପଘର ଯମୁନାବାହାଲ ଗ୍ରାମକୁ ଯାଇ ଫେରିବାକୁ ମନା କରୁଥିବା ନେ଼ଇ ମୁରିବାହାଲ ଥାନାରେ ସେ ଗତ ଜୁନ ୨୪ତାରିଖରେ ଥାନାରେ ଏତଲା ଦେବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ନବ ଦେଇଥିବା ଏତଲାମତେ ସେ ପରିବାର ସହ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ପାରିଶ୍ରମିକ ବାବଦରେ ଇଟାଭାଟି ମାଲିକ ତାଙ୍କ ପରିବାରଙ୍କୁ ୨୩ହଜାର ଟଙ୍କା ଦେଇଥିଲା। ସେମାନେ ଗତ ୧୩ତାରିଖ ଦିନ ସେଠାରୁ ଫେରି ଆସିଥିଲେ।

ତାଙ୍କ ସ୍ତ୍ରୀ ଓ ପୁଅଝିଅ ସମସ୍ତେ ଶ୍ଵଶୁର ଘର ଯମୁନାବାହାଲ ଗାଆଁରେ ରହୁଥିବା ବେଳେ ଆଉ ଫେରିବାକୁ ସମ୍ପୂର୍ଣ୍ଣ ମନା କରୁଥିବା ସେ ଅଭିଯୋଗ କରିଛନ୍ତି। ସ୍ତ୍ରୀ ନିଜେ କିମ୍ବା ପୁଅଝିଅ ମଧ୍ୟ କେହି ତାଙ୍କ ସହ ଆସିବାକୁ ମନା କରୁଥିବା ଜଣାପଡ଼ିଛି। ସମସ୍ତେ ଯମୁନାବାହାଲ ଗ୍ରାମରେ ରହିବା ପାଇଁ କହୁଥିବାରୁ ପୁଲିସ ସେମାନଙ୍କୁ ବୁଝାସୁଝା କରି ଚାଷବାସ ଥିବାରୁ ତାଙ୍କ ଘରକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ସେ ପୁଲିସରେ ଲିଖିତ ଏତଲା ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।