ଅପରାଧ ରାଜ୍ୟ

ରାତି ଅଧରେ ୩ ଛୁଆଙ୍କୁ କୂଅକୁ ଠେଲି ନିଜେ ଡେଇଁ ପଡ଼ିଲା ମା’: ଉଦ୍ଧାର ପରେ ପୁଣି ନିଜ ଜିଭ କାଟିଲା

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ, ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ନଜେ ବି କୂଅକୁ ଡେଇଁଛି ମା’। ଖାଲି ସେତିକି ନୁହେଁ, ଉଦ୍ଧାର ହେବା ପରେ ମା’ ନିଜ ଜିଭ କାଟି ଦେଇଛି।  ତେବେ ସାନ ଝିଅ ଓ ପୁଅର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ମୃତକ ହେଲେ ଆଶିଷ ଗୌଡ଼ ଓ ଆଲିଶା ଗୌଡ଼। ଏଣେ ମା ରଶ୍ମିତା ଗୌଡ଼ ଓ ବଡ଼ ଝିଅ ଗୁଞ୍ଜନ ଗୌଡ଼ ଆହତ ହୋଇଥିବା ଜଣାଯାଇଛି।

ରଶ୍ମିତା ଗୌଡ଼ ୩ ପିଲାଙ୍କ ସହ ନିଜ ଶାଶୂ ଘରେ ରହୁଥିଲେ। ତାଙ୍କ ସ୍ବାମୀ ଚେନ୍ନାଇରେ ରହୁଥିଲେ। ମାତ୍ର ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିବାରୁ ରଶ୍ମିତା ମାନସିକ ଅବସାଦରେ ରହୁଥିଲେ। ଏହାପରେ ଗତ ରାତିରେ ସେ ଚରମ ପଦକ୍ଷେପ ନେଇଥିଲେ। ତେବେ ଏକଥାକୁ ତାଙ୍କ ଶ୍ବଶୁର ଖଣ୍ଡନ କରିଛନ୍ତି।

ସମସ୍ତେ ଶୋଇଯିବା ପରେ ରାତି ପ୍ରାୟ ସାଢେ ଗୋଟାଏ ସମୟରେ ରଶ୍ମିତା ନିଜ ୩ ପିଲାଙ୍କୁ ଉଠାଇ କୂଅ ପାଖକୁ ନେଇଥିଲେ। ଏହାପରେ ଜଣ ଜଣ କରି ସମସ୍ତଙ୍କୁ ଠେଲି ଦେଇ ନିଜେ ବି କୂଅକୁ ଡେଇଁ ପଡ଼ିଥିଲେ। ପରେ ଗ୍ରାମବାସୀ ରଶ୍ମିତା ଓ ଗୁଞ୍ଜନଙ୍କୁ ଉଦ୍ଧାର କରିଥିଲେ। ହେଲେ ଆଶିଷ ଓ ଆଲିଶାଙ୍କର କୂଅରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ଜାଣିବା ପରେ ରଶ୍ମିତା ରାଗରେ ନିଜର ଜିଭ କାଟି ଦେଇଥିଲେ। ଉଭୟ ମା’ ଓ ବଡ଼ ଝିଅ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଣେ ଶେରଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।