ରାଜ୍ୟ ସ୍ପେଶାଲ ରିପୋର୍ଟ

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ତଥ୍ୟ : ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟ ନେଇ ଚର୍ଚ୍ଚା

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାଂଘାତିକ ତଥ୍ୟ । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରୁ ସାଂଘାତିକ ତଥ୍ୟ ମିଳିଥିବା ସୂଚନା । ଗତକାଲି ତଦନ୍ତ ରିପୋର୍ଟ ରେଳ ବୋର୍ଡ ନିକଟରେ ଦାଖଲ କରିଛି ରେଲୱେ ସେଫ୍ଟି କମିଶନ । ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟ ସାର୍ବଜନୀନ କରାଯାଇନାହିଁ । ହେଲେ ରେଲୱେ ସେଫଟି କମିଶନରଙ୍କ ରିପୋର୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ ବୋଲି କୁହାଯାଉଛି ।

ସିଗନାଲ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ତ୍ରୁଟି ଥିବା ମଧ୍ୟ ଉଲ୍ଲେଖ ଥିବା ଜଣାପଡ଼ଛି । କେବଳ ଟେକ୍ନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ରିପୋର୍ଟ ଦେଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ଥିଲା କି ନାହିଁ ତାହା ସିବିଆଇ ତଦନ୍ତ କରିବ । ଗତ ମାସ ୨ ତାରିଖରେ ବାହାନଗାରେ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।