ଅପରାଧ ରାଜ୍ୟ

ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ, ୫ ଗିରଫ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ କରାଯିବା ସହ ଏହି ମାମଲାରେ ୫ ଜଣ ଗିରଫ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ଡିଭିଜନ ଉପ ନିର୍ଦେଶକଙ୍କ ନେତୃତ୍ୱରେ ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଯଶୀପୁରର ଜାମକେଶ୍ବର ଗାଁରେ ଚଢଉ କରାଯାଇଥିଲା।

ଏହି ଟିମ୍ ୪ଟି ହାତୀଦାନ୍ତ ଜବତ କରିଥିଲା ଏବଂ ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହାତୀଦାନ୍ତ ବିକ୍ରି କରିବା ଲାଗି ମସୁଧା ଚଳାଇଥିଲେ। ଏନେଇ ଅଧିକ ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ବାରିପଦାକୁ ନିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।