ଅପରାଧ ରାଜ୍ୟ

ପୁଲିସ ସାମ୍ନାରେ ଛଟପଟ ହୋଇ ପ୍ରାଣଗଲା

ପୁରୀ : ଗୋଟିଏପଟେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ପୁରୀରେ ୧୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ୧୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ଏକହଜାରରୁ ଅଧିକ ପୁଲିସ ଅଫିସର୍‌ ଡେରା ପକାଇଛନ୍ତି। ଅନ୍ୟପଟେ ନରେନ୍ଦ୍ରକୋଣ ରାସ୍ତାରେ ପୁଲିସ ସମ୍ମୁଖରେ ଜଣେ ବ୍ୟକ୍ତି ଛଟପଟ ହୋଇ ମରିବାଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କୁ କେହି ଟିକିଏ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇନଥିଲେ।

ସୂଚନା ଅନୁସାରେ, ନରେନ୍ଦ୍ରକୋଣ ରାସ୍ତାରେ ଏହି ଅପରିଚିତ ବ୍ୟକ୍ତି ଜଣକ ଅସୁସ୍ଥତା ଯୋଗୁ ଛଟପଟ ହୋଇଥିଲେ। ପୁଲିସ ସମ୍ମୁଖରେ ସେ ଛଟପଟ ହେଉଥିଲେ ମଧ୍ୟ କେହି ତାଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଡାକ୍ତରଖାନାକୁ ନେଇନଥିଲେ। ଫଳରେ, ଛଟପଟ ହୋଇ ଏହି ବ୍ୟକ୍ତି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତଥାପି ଏଠାରେ ଡ୍ୟୁଟି କରୁଥିବା ପୁଲିସମାନେ ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ମଧ୍ୟ ଜଣାଇନଥିଲେ। ନରେନ୍ଦ୍ରକୋଣ ଚାରିକଡ଼ରେ ଟ୍ରାଫିକ୍‌ କଟକଣା ପାଇଁ ଶହେରୁ ଅଧିକ ପୁଲିସ ଡ୍ୟୁଟି କରୁଥିଲେ। ଏଠାରେ ବହୁସମୟ ଧରି ମୃତଦେହ ପଡ଼ିରହିଥିଲେ ବି ଉଠାଇନଥି‌ଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।