ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପଞ୍ଚାୟତରେ ଡିଜିଟାଲ କାରବାର ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶର ସବୁ ପଞ୍ଚାୟତ ଲାଗି ୟୁପିଆଇ ବାଧ୍ୟତାମୂଳକ କରାଯାଇଛି। ଅଗଷ୍ଟ ୧୫ ସୁଦ୍ଧା ସେମାନେ ସବୁ କାରବାର ୟୁପିଆଇରେ କରିବେ। ବିଶେଷକରି ସବୁ ବିକାଶମୂଳକ କାର୍ଯ୍ୟ ଓ ରାଜସ୍ବ ସଂଗ୍ରହ ୟୁପିଆଇ ମାଧ୍ୟମରେ ହେବ।

ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡ଼ିକ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ୟୁପିଆଇକୁ ଗ୍ରହଣ କରିଥିବା ପଞ୍ଚାୟତ ବିଷୟରେ ଘୋଷଣା କରିପାରିବେ। କେନ୍ଦ୍ର ପଞ୍ଚାୟତିରାଜ ସଚିବ ସୁନିଲ କୁମାର କହିଛନ୍ତି ଯେ ଏବେ ଦେଶରେ ଥିବା ୯୮ ପ୍ରତିଶତ ପଞ୍ଚାୟତ ୟୁପିଆଇ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ସବୁ ପଞ୍ଚାୟତ‌ରେ ଚେକ୍ ଓ ନଗଦ ରାଶିରେ କାରବାର ବନ୍ଦ କରାଯିବ। ସବୁ କାରବାର ଡିଜିଟାଲ୍ ମାଧ୍ୟମରେ ହେବ। ୟୁପିଆ‌ଇ ସେବା ବ୍ୟବହାର କରିବା ନିମନ୍ତେ ଭେଣ୍ଡର ଚୟନ କରିବା ପାଇଁ ପଞ୍ଚାୟତଗୁଡ଼ିକୁ କୁହାଯାଇଛି। ସେବା ପ୍ରଦାନକାରୀ ଓ ଭେଣ୍ଡରମାନଙ୍କ ସହ ଜୁନ୍‌ ୩୦ରେ ବୈଠକ କରିବାକୁ ସେମାନଙ୍କୁ କୁହାଯାଇଛି। ୟୁପିଆଇ ତାଲିକାରେ ଥିବା ପ୍ଲାଟଫର୍ମଗୁଡ଼ିକ ହେଉଛି ଗୁଗୁଲ୍‌ପେ, ଫୋନ୍‌ପେ, ପେଟିଏମ୍, ଭିମ୍, ମୋବିକ୍ବିକ୍, ହ୍ବାଟସ୍‌ଆପ୍‌ପେ, ଆମାଜନ୍‌ ପେ’ ଓ ଭାରତପେ’। ଜୁଲାଇ ୧୫ ସୁଦ୍ଧା ପଞ୍ଚାୟତଗୁଡ଼ିକ ସେବା ପ୍ରଦାନକାରୀ ଚୟନ କରିବେ ଏବଂ ଜୁଲାଇ ୩୦ ସୁଦ୍ଧା ଭେଣ୍ଡର ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ୟୁପିଆଇ କାରବାର ବିଷୟରେ ପଞ୍ଚାୟତଗୁଡ଼ିକୁ ସଚେତନ କରିବା ଲାଗି ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଅଧିକାରୀମାନଙ୍କୁ ତାଲିମ ଦିଆଯିବ ବୋଲି ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ରାଜ କପିଲ ମୋରେଶ୍ବର କହିଛନ୍ତି। ସବୁକାମ ଡିଜିଟାଲ୍ ମାଧ୍ୟମରେ ହେ‌ଲେ ଦୁର୍ନୀତି ରୋକାଯାଇପାରିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ