ରାଜ୍ୟ

ଆଜି ବି ଓଡ଼ିଶାରେ ପରିବା ଦର ଆକାଶଛୁଆଁ

ଭୁବନେଶ୍ଵର: ରାଜଧାନୀ ଏକନମ୍ବର ପରିବାର ବଜାରରେ ପରିବା ଦର ଆକାଶ ଛୁଆଁ। ସବୁ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଓଡ଼ିଶାରେ ପରିବା ସଙ୍କଟ ସୃଷ୍ଟି ହୋଇଛି।
ଆଜି ଏକନମ୍ବର ହାଟରେ ବିନ୍ କିଲୋ ୨୫୦ ଟଙ୍କା, ଝୁଡୁଙ୍ଗ କିଲୋ, ୧୨୦, କ୍ୟାପସିକମ୍ କିଲୋ ୧୫୦ ଫୁଲ କୋବି ଗୋଟେ ୫୦ ଟଙ୍କା, ବାଇଗଣ କିଲୋ, ୫୦, ପୋଟଳ କିଲୋ ୮୦, ବିଲାତି କିଲୋ ୯୦ ଭେଣ୍ଡି କିଲୋ ୮୦ ଓ ସାରୁ କିଲୋ ୫୦ ଟଙ୍କା ଦର ରହିଛି। ଏଣେ କଞ୍ଚା କଦଳୀ ଗୋଟାକୁ ୨୦ ଟଙ୍କା ଦାମ୍ ରହିଛି।

ଏନେଇ ପରିବା ବ୍ୟବସାୟୀଙ୍କ ମତ ହେଲା ଓଡ଼ିଶାରେ ଆଉ ପରିବା ଚାଷ କମୁଛି । ତେଣୁ ପ୍ରାୟ ପରିବା ଦର ବୃଦ୍ଧି ହୋଇଛି। ବେଙ୍ଗାଲୁରୁ, ଆନ୍ଧ୍ରା, କଲିକତା, ନାସିକ, ରାୟପୁରରୁ ଓଡ଼ିଶା ପରିବା ଆମଦାନୀ କରୁଛି । ତେଣୁ ଦରବୃଦ୍ଧି ହୋଇଛି। ଆଉ ୧ ମାସ ଭିତରେ ଦର କମିବ ବୋଲି ବ୍ୟବସାୟୀ କହୁଛନ୍ତି।

ସୂଚନାଯୋଗ୍ୟ ଯେ ଜଟଣୀ ଓ ଭୁବନେଶ୍ବର ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ପରିବା ଆସୁନାହିଁ। ସାଧାରଣତଃ ଏହି ଦୁଇ ବଜାରକୁ ବାଙ୍କୀ, ଆଠଗଡ଼, ବାରଙ୍ଗ, ବାଲିଅନ୍ତା, ବାଲିପାଟଣା, ବଳଙ୍ଗା, ପିପିଲି, ଡେଲାଙ୍ଗ, ବଳଙ୍ଗା, ତେଇଶପୁର, କଣ୍ଟି, ସିକୋ, ରଣପୁର, କଳାପଥର, ବୈ‌‌ଦେଶ୍ବର, ନୟାଗଡ଼ ଆଦି ଅଞ୍ଚଳରୁ ପରିବା ଆସିଥାଏ। ଏମିତିକି ଏଠ‌ାକୁ ଗଞ୍ଜାମରୁ ମଧ୍ୟ କିଛି ପରିବା ଆସିଥାଏ। କିନ୍ତୁ ଏବେ ଏହି ଅଞ୍ଚଳର ଚାଷୀମାନେ ଖରିଫ୍ ଧାନ ଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି। ବହୁ ପରିବା କିଆରୀ ଧାନ ଚାଷ ପାଇଁ ପ୍ରସ୍ତୁତ ହେଲାଣି। ତେଣୁ ରବି ଋତୁରୁ ହୋଇଥିବା ପରିବା ଚାଷ ଶେଷ ହୋଇଯାଇଛି। ଫଳରେ ଅମଳ ପୂରା ନାହିଁ କହିଲେ ଭୁଲ ହେବ ନାହିଁ। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ଏହି ଅଞ୍ଚଳର ଚାଷୀମାନେ ଏବେ ଢ଼ିପ ଜମି ଦେଖି ପରିବା ଚାଷ କରିବେ। ତେଣୁ ବାଇଗଣ, ଭେଣ୍ଡି, ଜହ୍ନି ଭଳି ପରିବା ଅମଳ ହେବାକୁ ଆହୁରି ମା‌ସକରୁ ଅଧିକ ସମୟ ଲାଗିବ। ତେଣୁ ଏବେ ଲୋକାଲ ପରିବା ନଥିବାରୁ ସବୁ ପରିବା ବାହାରୁ ଆମଦାନି ହେଉଛି। କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ‌ଢେଙ୍କାନାଳ ଭଳି ପାହାଡ଼ିଆ ଅଞ୍ଚଳରେ ଉତ୍ପାଦିତ ହେଉଥିବା ପରିବା ଉପରେ ଭରସା କରିବାକୁ ପଡ଼ୁଛି। ଏମିତିକି କୋଲକାତା, ଆନ୍ଧ୍ରପ୍ରଦେଶ ପରିବା ବି ଆବଶ୍ୟକତା ମେଣ୍ଟାଉଛି। ସେତେବେଳେ ସ୍ଥାନୀୟ ପରିବା ଉପଲବ୍‌ଧ ଥିବାରୁ ବାହାର ପରିବାର ଚାହିଦା କମ ଥିଲା। ତେଣୁ ଦର ସ୍ବାଭାବିକ ଥିଲା। କିନ୍ତୁ ଏବେ ସ୍ଥାନୀୟ ଚାଷୀଙ୍କ ହାତ ଖାଲି ହୋଇଯାଇଥିବାରୁ ବାହାର ପରିବାର ଚାହିଦା ବଢ଼ିଛି ଏବଂ ସ୍ବାଭାବିକ ଭାବେ ବଜାରରେ ଚାହିଦା ବୃଦ୍ଧି ଦରବୃଦ୍ଧିକୁ ଡାକି ଆଣିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।