ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସମାନ ନାଗରିକ ସଂହିତାକୁ ଆପ୍‌ର ସମର୍ଥନ: ବିରୋଧୀ ଦଳଙ୍କ ପାଇଁ ଅଡ଼ୁଆ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମଧ୍ୟପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ସମାନ ନାଗରିକ ସଂହିତା (ୟୁସିସି) ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କ ଆଭିମୁଖ୍ୟକୁ ସମାଲୋଚନା କରିବା ସହ ଦେଶରେ ୟୁସିସି ଲାଗୁ କରିବା ନେଇ ସ୍ପଷ୍ଟ ସଙ୍କେତ ଦେଇଥିଲେ। ଗୋଟିଏ ପରିବାରରେ ଦୁଇ ସଦସ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ଆଇନ ରହିପାରିବ ନାହିଁ ଏବଂ ଦେଶ ପାଇଁ ସମାନ ନାଗରିକ ସଂହିତାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ବୟାନର ଦିନକ ପରେ ଆଜି ଆପ୍‌ ୟୁସିସିକୁ ସମର୍ଥନ କରିଛି। ଗତକାଲି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ୟୁସିସିକୁ କଡ଼ା ବିରୋଧ କରି ଟିପ୍ପଣୀ ରଖିଥିବା ବେଳେ ଆଜି ଆପ୍‌ ଏହାକୁ ସମର୍ଥନ କରି ବିରୋଧୀ ଦଳମାନଙ୍କ ଅଡ଼ୁଆ ବଢ଼ାଇଛି।

ଆପ୍‌ର ସାଂଗଠନିକ ସଚିବ ସନ୍ଦୀପ ପାଠକ କହିଛନ୍ତି, ଆପ୍‌ ୟୁସିସିର ବୈଚାରିକ ଦିଗକୁ ସମର୍ଥନ କରୁଛି। ସମ୍ବିଧାନର ଧାରା ୪୪ ଦର୍ଶାଉଛି ଯେ ଦେଶରେ ସମାନ ନାଗରିକ ସଂହିତା ରହିବା ଉଚିତ। କିନ୍ତୁ ଆପ୍‌ ବିଶ୍ବାସ କରେ ଯେ ସରକାର ୟୁସିସି କାର୍ଯ୍ୟକାରୀ କରିବା ପୂର୍ବରୁ ସମସ୍ତ ଧାର୍ମିକ ସଂଗଠନ ଓ ରାଜନୈତିକ ଦଳ ସହ ଆଲୋଚନା କରିବା ଉଚିତ ଏବଂ ସମସ୍ତଙ୍କ ସହମତି ନେବାର ଆବଶ୍ୟକତା ରହିଛି। ଅନ୍ୟପ‌କ୍ଷେ ୟୁସିସି ପ୍ରସଙ୍ଗରେ ପାଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ପାଠକ କହିଛନ୍ତି, ଯେତେବେଳେ ବି ଆଗକୁ ନିର୍ବାଚନ ଥାଏ ସେ ସମୟ‌ରେ ବିଜେପି କିଛି ନା’ କିଛି ଜଟିଳ ପ୍ରସଙ୍ଗ ନେଇ ଆସେ। ଏହା ବିଜେପିର କାର୍ଯ୍ୟ କରିବାର ଶୈଳୀ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷ ମଧ୍ୟରେ କିଛି କାମ କରିନଥିବାରୁ ଏବେ ସେ ୟୁସିସି ମାଧ୍ୟମରେ ସମର୍ଥନ ଚାହୁଛନ୍ତି ବୋଲି ପାଠକ କହିଛନ୍ତି। ତେବେ ୟୁସିସି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ