ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀ, ଏନ୍‌ସିଆର୍‌ ଅଞ୍ଚଳରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀ ଓ ଏନ୍‌ସିଆର୍‌ ଅଞ୍ଚଳ (ନୋଏଡ଼ା, ଗ୍ରେଟର ନୋଏଡ଼ା, ଗାଜିଆବାଦ, ସାହିବାବାଦ, ଫରିଦାବାଦ ଓ ଗୁରୁଗ୍ରାମ)ର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଭକ୍ତିପୂତ ପରିବେ‌ଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭୋର୍‌ରୁ ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର ସମେତ ଏନ୍‌ସିଆର ଅଞ୍ଚଳରେ ଥିବା ୧୦ରୁ ଅଧିକ ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜମାନ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ଓ ନୀତି ଅନୁଷ୍ଠିତ ହୋଇଥିଲା।

ଅପରାହ୍ଣରେ ପାରମ୍ପରିକ ଛେରାପହଁରା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ, କରତାଳି ଓ ମୃଦଙ୍ଗ ଆଦି ବାଦ୍ୟର ତାଳେତାଳେ ଭକ୍ତମାନେ ରଥ ଟାଣିବାର ସୁଯୋଗ ପାଇଥିଲେ। ମନ୍ଦିରମାନଙ୍କ ପକ୍ଷରୁ ନିର୍ଧାରିତ ସ୍ଥାନ ପର୍ଯ୍ୟନ୍ତ ରଥଗୁଡ଼ିକୁ ଟଣାଯାଇ ସଂଧ୍ୟା ସୁଦ୍ଧା ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା। ବାହୁଡ଼ାଯାତ୍ରା ଅବସରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥିଲା। ପୋଲିସ ପକ୍ଷରୁ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ବାହୁଡ଼ା ଯାତ୍ରା ଶୃଙ୍ଖଳିତ ଓ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିବାରୁ ମନ୍ଦିରମାନଙ୍କ ପକ୍ଷରୁ ପୋଲିସ ଓ ଶ୍ରଦ୍ଧାଳୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ