ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ

ପୁରୀ : ବାହୁଡ଼ା ଯାତ୍ରାରେ ଫେରିବା ବାଟରେ ବୁଧବାର ଦିନ ଶ୍ରୀନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜାଙ୍କ ମଧ୍ୟସ୍ଥତା ପରେ ନବଦିନାତ୍ମକ ଯାତ୍ରା ସାରି ଫେରିଥିବା ମହାପ୍ରଭୁଙ୍କୁ ଆଜି ମା’ ଲକ୍ଷ୍ମୀ ସାଆନ୍ତାଣୀ ଦେଖା ଦେଇଛନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ବୁଧବାର ଦିନ ଆଜ୍ଞାମାଳ ଦେଇ ଅପମାନ ଜର୍ଜ୍ଜରିତ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ବୁଧବାର ଦିନ ଶ୍ରୀନଅର ସମ୍ମୁଖରେ ରଥ ଉପରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ପ୍ରାୟ ୬ଟା ରାଜନଅରଠାରେ ନନ୍ଦିଘୋଷ ରଥ ଅଟକିବା ପରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ପରେ ମା’ ପୁଣି ଶ୍ରୀମନ୍ଦିର ଫେରି ଯାଇଛନ୍ତି।

ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ଚତୁର୍ଥୀରେ ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ି ଅଣସର ଘରେ ଗୋପନ ଚିକିତ୍ସାରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଚାଲି ଆସିଥିଲେ। ଏହି ସମୟରେ ନବବିବାହିତ ମା’ ଲକ୍ଷ୍ମୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ବି ଫିଟିନଥିଲା। ନବବିବାହିତା ମା’ ଲକ୍ଷ୍ମୀ ୫ ଦିନର ବିରହ ବେଦନା ସହ୍ୟ କରିନପାରି ମା’ ବିମଳାଙ୍କ ପରାମର୍ଶକ୍ରମେ ହେରାପଞ୍ଜମୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଥିଲେ। ମା’ ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଠିଆ ହୋଇ ରହିଥିବା ବେଳେ ସଂଧ୍ୟାଧୂପ ପାଇଁ ଜୟ-ବିଜୟ ଦ୍ବାର ବନ୍ଦ ହୋଇଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ନ ପାଇ ମା’ ନାକଚଣା ଦ୍ୱାର ଦେଇ ଅପମାନରେ ଫେରି ‌ଆସିବା ସହ ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଥିଲେ। ସେବେଠୁ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ମାନ କରିଛନ୍ତି।

ଏହି ମାନଭଞ୍ଜନ ପାଇଁ ଆଜି ରାଜନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଛି। ନଅ ଦିନ ଧରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନଥିବା ମା’ ଲକ୍ଷ୍ମୀ ଆଜି ମା’ ବିମଳାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ମାନଭଞ୍ଜନର ମଧ୍ୟସ୍ଥି ସାଜିଛନ୍ତି। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ରାଜନଅରଠାରେ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ପୁନର୍ବାର ଶ୍ରୀମନ୍ଦିର ଫେରି ଯାଇଛନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମହାପ୍ରଭୁ ମାନଭଞ୍ଜନ କରିବାର ପରମ୍ପରା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।