ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ବକପ୍‌ ପୂର୍ବରୁ ଦିଲ୍ଲୀ ଷ୍ଟାଡିୟମର ରୂପରେଖ ବଦଳିବ

ନୂଆଦିଲ୍ଲୀ : ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ର ସୂଚୀ ପ୍ରକାଶ ପାଇସାରିଲାଣି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ବିଶ୍ବକପ୍‌ର ୫ଟି ମ୍ୟାଚ୍‌ ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ହେବ। ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ଅଧିକାର ପାଇବା ପରେ ଏହି ଷ୍ଟାଡିୟମର ରୂପରେଖ ବଦଳିବାକୁ ଯାଉଛି।

ଚଳିତ ବର୍ଷ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଖେଳାଯାଇଥିଲା। ହେଲେ ଷ୍ଟାଡିୟମର ସଫାସୁତୁରାକୁ ନେଇ ଉଭୟ ଦଳ ସମାଲୋଚନା କରିଥିଲେ। ଏଥିଲାଗି ଷ୍ଟାଡିୟମର ମରାମତି କାମ କରିବାକୁ ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ସଂଘ (ଡିଡିସିଏ) ନିଷ୍ପତ୍ତି ନେଇଛି। ଏଥିପାଇଁ ୨୦ରୁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବଜେଟ ହୋଇଛି। ଏହି ଷ୍ଟାଡିୟମରେ ଦର୍ଶକ କ୍ଷମତା ୩୫ ହଜାର ରହିଛି। ଅକ୍ଟୋବର ୭ରେ ଦକ୍ଷିଣ ଆଫ୍ରିକା ଓ କ୍ବାଲିଫାୟର ୧ ମଧ୍ୟରେ ଏଠାରେ ପ୍ରଥମ ମ୍ୟାଚ୍‌ ଖେଳାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ