ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟ୍ରମ୍ପଙ୍କ ଛଡ଼ା ସବୁ ଜୀବିତ ପୂର୍ବତନ ରାଷ୍ଟ୍ରପତିଙ୍କ ପୂର୍ବଜ କ୍ରୀତଦାସ ରଖିଥିଲେ: ଆମେରିକା କଂଗ୍ରେସ

ୱାସିଂଟନ : ଆମେରିକା କଂଗ୍ରେସର ଅନ୍ୟୂନ ୧୦୦ ଜଣ ସଦସ୍ୟଙ୍କ ପୂର୍ବଜମାନେ କୃଷ୍ଣକାୟଙ୍କୁ କ୍ରୀତଦାସ ଭାବେ ରଖିଥିଲେ। ସେମାନଙ୍କ ମଧ୍ୟରୁ ୮ ପ୍ରତିଶତ ହେଉଛନ୍ତି ଡେମୋକ୍ରାଟ୍ ଓ ୨୮ ପ୍ରତିଶତ ରିପବ୍ଲିକାନ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ଏହି ସାଂସଦମାନଙ୍କ ମଧ୍ୟରେ ଆମେରିକାର ଅନେକ ପ୍ରଭାବଶାଳୀ ରାଜନେତା ଅଛନ୍ତି। ଏଥି ସହ କେବଳ ଡୋନାଲ୍‌ଡ ଟ୍ରମ୍ପଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜୀବିତ ପୂର୍ବତନ ରାଷ୍ଟ୍ରପତି ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବଜମାନେ ମଧ୍ୟ କ୍ରୀତଦାସ ପ୍ରଥାର ପୃଷ୍ଠପୋଷକ ଥିଲେ।

ସେମାନେ ହେଉଛନ୍ତି ଜିମି କାର୍ଟର, ଜର୍ଜ ଡବ୍ଲୁ ବୁଶ, ବିଲ୍ କ୍ଳିଣ୍ଟନ ଓ ବାରାକ ଓବାମା। କ୍ରୀତଦାସ ପ୍ରଥା ଲୋପ ପାଇବା ପରେ ଟ୍ରମ୍ପଙ୍କ ପୂର୍ବଜମାନେ ଆମେରିକା ଆସିଥିଲେ। ଉକ୍ତ ୧୦୦ ଜଣ ସଦସ୍ୟଙ୍କ ଭିତରେ ଅଛନ୍ତି ଦେଶର ଏକପଞ୍ଚମାଂଶ କଂଗ୍ରେସ ସଦସ୍ୟ, ଜୀବିତ ଥିବା ପୂର୍ବତନ ରାଷ୍ଟ୍ରପତି, ବର୍ତ୍ତମାନର ରାଷ୍ଟ୍ରପତି, ସୁପ୍ରିମ୍‌କୋର୍ଟ ଜଷ୍ଟିସ୍ ଓ ବିଭିନ୍ନ ରାଜ୍ୟର ରାଜ୍ୟପାଳ। ଏମାନଙ୍କ ମଧ୍ୟରୁ ୨୮ ଜଣ ବା ପ୍ରାୟ ଏକଚତୁର୍ଥାଂଶ ହେଉଛନ୍ତି ସିନେଟର।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ