ରାଜ୍ୟ ସ୍ପେଶାଲ ରିପୋର୍ଟ

ରେଳବାଇର ଗୋପନୀୟ ତଥ୍ୟ ଲିକ୍‌ ହେଉଛି!

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାକୁ ୨୬ ଦିନ ବିତିଲାଣି। ବାହାନଗା ରେଳ ଷ୍ଟେସନରେ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଛି ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ବାରା ଟ୍ରେନ୍‌ ଉପରେ ନିର୍ଭର କରୁଥିବା ଅଞ୍ଚଳର ଶତାଧିକ ଲୋକେ ଉପକୃତ ହେବାକୁ ଥିଲେ ମଧ୍ୟ ସେହି ଭୟଙ୍କର ଦୁର୍ଘଟଣାର କ୍ଷତଚିହ୍ନ ସବୁଦିନ ପାଇଁ ଲୋକଙ୍କ ମନରେ ସତେଜ ରହିବ।

ଶତାବ୍ଦୀର ଏପରି ଏକ ବଡ଼ ବିପର୍ଯ୍ୟୟ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱବାସୀଙ୍କୁ ବି ମର୍ମାହତ କରିଛି। ଆଗକୁ ଯେମିତି ଏଭଳି ଦୁର୍ଘଟଣା ନହୁଏ ସେଥିପାଇଁ ଅଲ୍ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍ (ଏଆଇଆର୍‌ଇଏଫ୍‌) ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ୧୧ ସୂତ୍ରୀ ପ୍ରସ୍ତାବ ଦେଇଛି। ଯେଉଁଥିରେ ଏଆଇଆର୍‌ଇଏଫ୍‌ ଓ ଏହାର ଅନୁବନ୍ଧିତ ଜୋନାଲ୍ ଆସୋସିଏସନ୍ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିର ଗୋପନୀୟତା ନେଇ ପ୍ରଶ୍ନ ଉଠିଛି। ଦିଆଯାଉଥିବା ପ୍ରସ୍ତାବଗୁଡ଼ିକର ଗୋପନ ରଖିବାକୁ ସଂଘ କହିଛି। ଏଭଳି ପ୍ରସ୍ତାବ ପରେ ଏବେ ରେଳବାଇର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠୁଛି। ଗୋପନୀୟ ତଥ୍ୟ କିଭଳି ବାହାରୁ ଯାଉଛି? କେଉଁ ଅଧିକାରୀମାନେ ତଥ୍ୟ ଲିକ୍‌ କରୁଛନ୍ତି? ସେମାନଙ୍କୁ ଧରିବାକୁ ରେଳ ମନ୍ତ୍ରଣାଳୟ କିଭଳି ପଦକ୍ଷେପ ଗ୍ରହଣ କରୁଛି? ଇଞ୍ଜିନିୟରିଂ ସଂଘର ପ୍ରସ୍ତାବରେ କେତେ ସତ୍ୟତା ରହିଛି ଏଭଳି ଅନେକ ପ୍ରଶ୍ନ ଏବେ ଉଠିଲାଣି।

ରେଳମନ୍ତ୍ରୀଙ୍କୁ ୧୧ ସୂତ୍ରୀ ପ୍ରସ୍ତାବ ଦେଲା ଏଆଇଆର୍‌ଇଏଫ୍‌
ସମୟାନୁବର୍ତ୍ତିତା ଅପେକ୍ଷା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ରହୁ
ଜେଇ ଓ ଏସ୍‌ଏସ୍‌ଏମ୍‌ଙ୍କୁ ଅଧିକ କ୍ଷମତା ଦିଆଯାଉ

ସଂଘ ପକ୍ଷରୁ କୁହାଯାଇଛି ସମସ୍ତେ ସୁରକ୍ଷିତ ରହିଲେ ହିଁ ସମୟାନୁବର୍ତ୍ତିତାର ମୂଲ୍ୟ ମିଳିବ। ତେଣୁ ସମୟାନୁବର୍ତ୍ତିତା ଅପେକ୍ଷା ପ୍ରତି ଯାତ୍ରୀ ‌ଯେପରି ଲକ୍ଷ୍ୟସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉ। ରେଳବାଇର ନିରାପତ୍ତା ପାଇଁ କୌଣସି ତୃତୀୟ ପକ୍ଷଙ୍କୁ କାମ ଦେବା ଠିକ୍ ନୁହେଁ। କୌଣସି ସର୍ଟକଟ୍ ପନ୍ଥା ନ ଆପଣାଇ ରେଳବାଇ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଅଧିକ ଲୋକ ରଖିବାର ଆବଶ୍ୟକତା ରହିଛି। ଏହାଦ୍ବାରା କୌଣସି କର୍ମଚାରୀଙ୍କ ଉପରେ ଅଧିକ ଚାପ ପଡ଼ିବ ନାହିଁ। ଜରୁରୀକାଳୀନ ପରିସ୍ଥିତି ନଥିଲେ ରେଲୱେ ଇଞ୍ଜିନିୟର୍ସଙ୍କ ସାପ୍ତାହିକ ବିରାମକୁ ନିଶ୍ଚିତ କରିବା ଆବଶ୍ୟକ। ଦକ୍ଷତା ବୃଦ୍ଧି ପାଇଁ ଡ୍ୟୁଟି ସମୟର କିଛି ସମୟ ପୂର୍ବରୁ ତାଙ୍କୁ ଛୁଟି ଦେବା ଦରକାର।

ସେହିପରି ଜୁନିୟର୍ ଇଞ୍ଜିନିୟର (ଜେଇ) ଓ ସିନିୟର୍ ସେକ୍ସନ୍ ମ୍ୟାନେଜର (ଏସ୍‌ଏସ୍‌ଏମ୍)ଙ୍କୁ ଅଧିକ କ୍ଷମତା ଦେବା ଜରୁରୀ ବୋଲି କୁହାଯାଇଛି। ଏହାଦ୍ୱାରା ଦୈନିକ ମରାମତି କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ। କାମର ଚାପ ହ୍ରାସ କରିବାକୁ ଜେଇ ଓ ଏସ୍‌ଏସ୍‌ଏମ୍‌ଙ୍କୁ ସହଯୋଗ କରିବା ପାଇଁ ଅନ୍ୟ କର୍ମଚାରୀ ନିଯୁକ୍ତ କରିବା ଆବଶ୍ୟକ। ଫଳରେ କୌଣସି ପଦବି ଖାଲି ହେଲେ ସୁଦ୍ଧା କାମ ସହଜରେ ହୋଇପାରିବ। ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଜେଇ/ଏସଏସଇଙ୍କ ଛୁଟିକୁ ସୁରୁଖୁରୁରେ ମଞ୍ଜୁର କରାଯାଉ। ଅତ୍ୟାଧୁନିକ ଜ୍ଞାନକୌଶଳ ସହ କାମ କରିବାକୁ ଷ୍ଟେସନ୍ ମାଷ୍ଟରଙ୍କ ପାଇଁ ବୈଷୟିକ ଯୋଗ୍ୟତା ବାଧ୍ୟତାମୂଳକ ହେଉ। ଖାନ୍ନା ସେଫ୍‌ଟି କମିଟି ସୁପାରିଶ କରିଥିବା ସୁରକ୍ଷା ପ୍ରସ୍ତାବ ଗୁଡ଼ିକର ତୁରନ୍ତ ସମାଧାନ କରିବା ସହିତ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।