ରାଜ୍ୟ ସ୍ପେଶାଲ ରିପୋର୍ଟ

୫ଟି ସଚିବଙ୍କୁ ନେଇ କେନ୍ଦ୍ରର ଚିଠି ପରେ ବିଜେଡିର ଜବାବ: କ୍ଷମତା ହସ୍ତାନ୍ତର କରି ନାହାନ୍ତି ମୁଖ୍ୟମନ୍ତ୍ରୀ, ଦାୟିତ୍ବ ଦେଇଛନ୍ତି

ଭୁବନେଶ୍ବର: ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ନେଇ କେନ୍ଦ୍ରର ଚିଠି ପରେ ଜବାବ ରଖିଛି ବିଜେଡି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି, ବରଂ ବିଜେଡି ସଭାପତି ହିସାବରେ କର୍ମୀଙ୍କୁ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିସାବରେ ସିଏମଓକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।ମୁଖ୍ୟମନ୍ତ୍ରୀ ନିଜ ସରକାରୀ ଘରକୁ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି। ସିଏମଓ ଯେଉଁଭଳି ଲୋକଙ୍କ ନିକଟତର ହେଉଛି ଭାରତରେ ଅନ୍ୟତ୍ର କେଉଁଠି ହେଉନି। ସିଏମଓକୁ ଆସିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ, ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚିବେ ଏଥିରେ ଅସ୍ୱାଭାବିକତା କୋଉଠି ରହିଲା?

ସେ ଆହୁରି କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର୍ ଡେଲିଗେଟ ହେଉଛି। ମୁଖ୍ୟମନ୍ତ୍ରୀ ଆମ ଦଳର ମୁଖ୍ୟ। ମୁଖ୍ୟ ହିସାବରେ ସେ ଦଳର କର୍ମୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ହିସାବରେ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଉଛନ୍ତି, ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ। ସେ କାହାକୁ କ୍ଷମତା ହସ୍ତାନ୍ତର କରୁନାହାନ୍ତି, ଯାହା ନିକଟରେ ଇସ୍ୟୁ ନଥାଏ ସେମାନେ ଏମିତି କୁହନ୍ତି, ବିଭାଗୀୟ ଚିଠି ଆସିବା ନୂଆ କଥା ନୁହେଁ। ଏଭଳି ଚିରାଚରିତ ଚିଠି ଆମେ ଆଗରୁ ଦେଖିଛୁ, ସରକାର ଲୋକଙ୍କ ନିକଟରେ ପହଞ୍ଚୁଛି। ସେଥିରେ ଲୋକ ଖୁସି, ଆଗାମୀ ନିର୍ବାଚନରେ ବିକାଶ ପ୍ରଭାବ ପଡ଼ିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।