ରାଜ୍ୟ ସ୍ପେଶାଲ ରିପୋର୍ଟ

ଦେଶର ସମସ୍ତ ରାଜ୍ୟର ନଦୀ ମୃତ୍ୟୁ ପଥରେ, ପ୍ରତିକାର କରାନଗଲେ ଦୁର୍ଭିକ୍ଷ ସୁନିଶ୍ଚିତ

ଭୁବନେଶ୍ବର : ଦେଶର ସମସ୍ତ ରାଜ୍ୟର ନଦୀଜଳ ପ୍ରବାହ ଅଣମୌସୁମୀ ଋତୁରେ ୯୦% ହ୍ରାସ ପାଇଛି। ଗଙ୍ଗା ଆଦିର ସ୍ରୋତ ୮୦% ହ୍ରାସ ହୋଇଯାଇଛି। ପ୍ରାୟ ସମସ୍ତ ନଦୀଘାଟରେ ଏଥିପାଇଁ ନୌକା ଚାଲୁନାହିଁ। ନଦୀକୂଳମାନଙ୍କରେ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଜୀବିକା ହରାଇଛନ୍ତି। ଏମିତି ସତର୍କ କରାଇଛନ୍ତି ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସ। କେବଳ ସେତିକି ନୁହେଁ, ଓଡ଼ିଶା ସଂପର୍କରେ ଚିତ୍ର ରଖି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନ ନେଲେ ଭାରତରେ ଜଳ ଓ ଖାଦ୍ୟାଭାବଜନିତ ଦୁର୍ଭିକ୍ଷ ସୁନିଶ୍ଚିତ।

Sarson ke Khet

ଶ୍ରୀ ଦାସ କହିଛନ୍ତି, ହିମାଳୟ ପର୍ବତ ଉପରରୁ ପାଇନ ଗଛ ଧ୍ବଂସ ପାଉଛି। ଏଣୁ ଶୀଘ୍ର ବରଫ ତରଳି ଯାଉଥିବାରୁ ଗଙ୍ଗାନଦୀ ଜଳ ପ୍ରବାହ ହ୍ରାସ ପାଇଛି। ଏହାବ୍ୟତୀତ ଆମ ରାଜ୍ୟ ସମେତ ଅନ୍ୟାନ୍ୟ ରାଜ୍ୟରେ ଜଙ୍ଗଲ ଧ୍ବଂସ କାରଣରୁ ଓ ଉଚ୍ଚ ଅଟ୍ଟାଳିକା ଦ୍ବାରା ଭୂତଳ ଜଳ ବ୍ୟବହାର ବୃଦ୍ଧି ତଥା ପୋଖରୀକୁ ପୋତାଯାଇ ଘର ନିର୍ମାଣ ଯୋଗୁଁ ଭୂତଳ ଜଳ ସ୍ତର ହ୍ରାସ ପାଇଛି। ଓଡ଼ିଶାରେ ଗଭୀର ନଳକୂପ ଦ୍ବାରା ଉଠାଜଳ ସେଚନ ଯୋଗୁଁ ଭୂତଳ ଜଳ ସ୍ତର ସଂଘାତିକ ଭାବେ ତଳକୁ ଚାଲିଗଲାଣି। ଏଥିପାଇଁ ଉପକୂଳ ଜିଲ୍ଲାମାନଙ୍କର ଲୁଣିଜଳ ଉପରକୁ ଉଠିଆସିଛି। ପୁରୀ ବଳିଆପଣ୍ଡା ଏହାର ଉଦାହରଣ।

ସେପଟେ ସରକାର ୨୦୨୪ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ ଜଳ ଯୋଗାଣ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ନଦୀଜଳ ଭଣ୍ଡାରଗୁଡ଼ିକରେ ଆବଶ୍ୟକତା ଅନୁସାରେ ପାଣି ରିହବ ନାହିଁ। ଏଣୁ ସରକାର ସମସ୍ତ ଗ୍ରାମକୁ ଜଳ ଯୋଗାଇ ପାରିବେ ତ? ଶ୍ରୀ ଦାସ ଏହି ଅବସରରେ ୧୦ ଦଫା ପ୍ରସ୍ତାବ ଦେଇଛନ୍ତି।
ଶ୍ରୀ ଦାସ ଏଥିରେ କହିଛନ୍ତି ଯେ, କାଠ ବ୍ୟବହାର କମାଇବାଠାରୁ ଆରମ୍ଭ କରି ନିୟମ ଭଙ୍ଗକାରୀଙ୍କୁ କଠୋର ଅର୍ଥଦଣ୍ଡ ଦିଆଯିବା ଦରକାର। ସେହିଭଳି ପର୍ବତ ଉପରେ ସଫଳ ବୃକ୍ଷ ରୋପଣ ନିମନ୍ତେ ଜାପାନ ପଦ୍ଧତିରେ ଉଡାଜାହାଜ ଜରିଆରେ ମଞ୍ଜି ନିକ୍ଷେପଣ, ସ୍କୁଲ-କଲେଜ ଶିକ୍ଷାରେ ବୃକ୍ଷରୋପଣ ଓ ପରିବେଶ ବିଷୟରେ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଆବଶ୍ୟକ। ସବୁ ନଦୀକୂଳରେ ୨୦୦/୩୦୦ ମିଟର ବ୍ୟବଧାନରେ ଛୋଟ ବ୍ୟାରେଜ ନିର୍ମାଣ କରାଯାଉ। ଏହାବ୍ୟତୀତ କୂଳମାନଙ୍କରେ ଏନ୍ଆରଜିଏସ୍ ଅର୍ଥରେ ରିଚାର୍ଜିଙ୍ଗ କୂପ ଖନନ, ଗ୍ରାମ-ସହରରେ ଥିବା ସମସ୍ତ ପୋଖରୀ ଓ ଜଳାଶୟଗୁଡିକର ପୁନରୁଦ୍ଧାର କରାଯିବା ଏବଂ ଜଳଭଣ୍ଡାରରୁ ଶିଳ୍ପ ଜଳ ନେବା ନେଇ ନୀତି କରାଯିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।