ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଟିନ୍‌ଙ୍କ ପାଇଁ ଘୋର ବିପଦ

ମସ୍କୋ : ରୁଷ୍‌‌ ସରକାର ବିରୋଧରେ ଆରମ୍ଭ ହୋଇଥିବା ସଶସ୍ତ୍ର ବିଦ୍ରୋହ ସାରା ବିଶ୍ବକୁ ବିସ୍ମିତ କରିଦେଇଛି । ୟୁକ୍ରେନରେ ଯୁଦ୍ଧ ଜାରି ରଖିଥିବା ରୁଷ୍‌ ଏବେ ନିଜେ ବଡ଼ ବିପଦ ମଧ୍ୟକୁ ଠେଲି ହୋଇଯାଇଛି। ରୁଷ୍‌ର ଘରୋଇ ସେନା ୱାଗ୍‌ନର ଗ୍ରୁପ୍‌ ଆଜି ମସ୍କୋ ଦଖଲ ପାଇଁ ଅଭିଯାନରେ ଆଗକୁ ବଢ଼ିବା ଏବଂ ମସ୍କୋରେ ପ୍ରବେଶ ପୂର୍ବରୁ ରକ୍ତପାତ ଏଡ଼ାଇବାକୁ ପଛକୁ ଫେରିବା ଘଟଣା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବିରାଟ ଚ୍ୟାଲେଂଜ ହୋଇଛି। ଏବେ ମସ୍କୋର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ସେନା ସୁରକ୍ଷା ଦେଉଛି। ମସ୍କୋର ସମସ୍ତ ପ୍ରମୁଖ ଅଞ୍ଚଳରେ ଟ୍ୟାଙ୍କ୍‌ ମୁତୟନ ହୋଇଛି। ମୁଖ୍ୟ ରାସ୍ତାଗୁଡ଼ିକରେ ଟ୍ୟାଙ୍କ୍‌ ଚାଲିବା ଓ ସୈନିକଙ୍କ ଅହରହ ପାଟ୍ରୋଲିଂ ନାଗରିକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। କ୍ଷମତା ଦଖଲ ପାଇଁ ବିଦ୍ରୋହୀ ସେନା ଗୋଷ୍ଠୀକୁ ଯେଭଳି ମସ୍କୋରେ କୌଣସି ସମର୍ଥନ ମିଳିବ ନାହିଁ ସେ ନେଇ କଠୋର ରଣନୀତି ଅବଲମ୍ବନ କରାଯାଉଛି।

Mint

ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ ଥିବା ପୁଟିନ ଏବେ ସବୁଠାରୁ ବଡ଼ ଚ୍ୟାଲେଂଜକୁ ସାମ୍ନା କରୁଛନ୍ତି। ବିଦ୍ରୋହୀ ୱାଗନର ଗୋଷ୍ଠୀ ଦକ୍ଷିଣାଞ୍ଚଳର ୨ଟି ପ୍ରମୁଖ ସହରକୁ ନିଜ ଦଖଲକୁ ‌ନେଇସାରିଛି। ରୁଷ୍‌ ସେନା ପକ୍ଷରୁ ୱାଗନର ଗୋଷ୍ଠୀର ମୁକାବିଲା କରାଯାଉଛି। କିନ୍ତୁ ଆଗକୁ ପରିସ୍ଥିତି ଅତି ଜଟିଳ ରହିବ ବୋଲି ନିଜେ ପୁଟିନ ସ୍ବୀକାର କରିଛନ୍ତି। ପୁଟିନ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ପୁଟିନ କହିଛନ୍ତି, ମାତ୍ରାଧିକ ଲୋଭ ଏବଂ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏହି ଏଭଳି ଦେଶଦ୍ରୋହ ହୋଇଛି।

ବିଦ୍ରୋହ କାହିଁକି ଆରମ୍ଭ ହେଲା

ରୁଷ୍‌ରେ ଅତି ନାଟକୀୟ ଭାବେ ଘରୋଇ ସେନା ୱାଗନର ଗୋଷ୍ଠୀର ବିଦ୍ରୋହୀ ଆରମ୍ଭ ହୋଇଛି। ଏହି ଗ୍ରୁପ୍‌ର ମୁଖ୍ୟ ‌ୟେବଗେନି ପ୍ରିଗୋଝିନଙ୍କ ନେତୃତ୍ବରେ ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏବେ ୟୁକ୍ରେନ୍‌ ସହାୟତା ଯୋଗାଉଛି। ପ୍ରିଗୋଝିନ ଦାବି କରିଛନ୍ତି ଯେ ରୁଷ୍‌ ସେନା ୟୁକ୍ରେନ୍‌ରେ ୱାଗନର ଗୋଷ୍ଠୀ ଉପରେ ଆକ୍ରମଣ କରିଛି ଏବଂ ଅନେକ ସୈନିକଙ୍କୁ ନିପାତ କରିଛି। ପ୍ରିଗୋଝିନ କହିଛନ୍ତି, ତାଙ୍କ ସୈନିକ ୧୬ ମାସ ଧରି ୟୁକ୍ରେନରେ ଲଢ଼େଇ ଜାରି ରଖିଥିଲେ ମଧ୍ୟ ରୁଷ୍‌ ସେନା ଠିକ୍‌ ସମୟରେ ସେମାନଙ୍କୁ ଅସ୍ତ୍ର ଦେଇନଥିଲା। ଡୋନେସ୍କ ଓ ବାଖ୍‌ମୁତ୍‌ରେ ରୁଷ୍‌ ସେନାର ବିମାନ ଆକ୍ରମଣରେ ତାଙ୍କର ଅନେକ ସୈନିକ ନିପାତ ହୋଇଛନ୍ତି ବୋଲି ସେ ଦାବି କରିଛନ୍ତି। ତେ‌ବେ ନିଜ ସୈନିକଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରଖିବା ସଂକ୍ରାନ୍ତ ଏକ ଚୁକ୍ତିକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ରୁଷ୍‌ ସେନା ତାଙ୍କ ଗୋଷ୍ଠୀ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଏବଂ ବିମାନ ଆକ୍ରମଣରେ ତାଙ୍କ ସୈନିକଙ୍କୁ ନିପାତ କରିଥିବାରୁ ସେ ଏହି ବିଦ୍ରୋହ ଆରମ୍ଭ କରିଛନ୍ତି। ତେବେ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଏବଂ ସେମାନେ କ୍ଷମତା ପାଇଁ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି। ପ୍ରିଗୋଝିନ କହିଛନ୍ତି, ଆମର ୨୫ ହଜାର ସୈନିକ ଅଛନ୍ତି ଏବଂ ଆମେ ରୁଷ୍‌ ସେନାକୁ ହରାଇବା ନିମନ୍ତେ ମରିବାକୁ ପ୍ରସ୍ତୁତ। ରୁଷ୍‌ ଦକ୍ଷିଣାଞ୍ଚଳର ସବୁ ସାମରିକ ପ୍ରତିଷ୍ଠାନ ଆମ୍‌ କବ୍‌ଜାରେ ରହିଛି ବୋଲି ସେ କହିଛନ୍ତି।

ୱାଗ୍‌ନର ଗ୍ରୁପ୍ କ’ଣ?

NBC News

ୱାଗନର ଗ୍ରୁପ୍‌କୁ ସରକାରୀ ଭାବେ ପିଏମ୍‌ସି ୱାଗନର କୁହାଯାଏ। ଏହା ରୁଷ୍‌ର ଏକ ଘରୋଇ ଅର୍ଦ୍ଧସାମରିକ ଅନୁଷ୍ଠାନ। ୨୦୧୪ରେ ପ୍ରଥମେ ଏ‌ହି ଗୋଷ୍ଠୀ ପୂର୍ବ ୟୁକ୍ରେନରେ ରୁଷ୍‌ ସମର୍ଥିତ ବିଚ୍ଛିନତାବାଦୀଙ୍କୁ ସମର୍ଥନ କରିବାପରେ ଏହା ଚର୍ଚ୍ଚାକୁ ଆସିଥିଲା। ୨୦୧୪ରେ ଏହା ଏକ ଗୁପ୍ତ ଅନୁଷ୍ଠାନ ଥିଲା। ମୁଖ୍ୟତଃ ଏହା ଆଫ୍ରିକା ଏବଂ ମଧ୍ୟ ପ୍ରାଚ୍ୟରେ କାମ କରୁଥିଲା। ଗଣମା‌ଧ୍ୟମ ରିପୋର୍ଟ ଅନୁଯାୟୀ ୱାଗନର ଗୋଷ୍ଠୀରେ ରୁଷ୍‌ର ଇଲାଇଟ୍‌ ରେଜିମେଣ୍ଟ୍‌ ଏବଂ ସ୍ବତନ୍ତ୍ର ବାହିନୀର ପ୍ରାୟ ୫ ହଜାର ସୈନିକ ଅଛନ୍ତି। ଗତ ଜାନୁଆରିରେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଥିଲା ଯେ ୱାଗନର ଗ୍ରୁପ୍‌ରେ ଏବେ ୫୦ ହଜାର ସୈନିକ ଅଛନ୍ତି ଏବଂ ୟୁକ୍ରେନ ଯୁଦ୍ଧରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ୟୁକ୍ରେନର ବଖମୁଟ୍‌ ସହରକୁ ରୁଷ୍‌ ନିଜ ନିୟନ୍ତ୍ରଣକୁ ନେବାରେ ୱାଗନର ଗ୍ରୁପ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଚଳିତ ବର୍ଷ ଜାନୁଆରିରେ ଗ୍ରୁପ୍‌ ମୁଖ୍ୟ ପ୍ରିଗୋଝିନ ଦାବି କରିଥିଲେ ଯେ ସେମାନେ ୟୁକ୍ରେନର ଡୋନେସ୍କ ଅଞ୍ଚଳକୁ ଦଖଲ କରିଛନ୍ତି। କିନ୍ତୁ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ୱାଗନର ଗୋଷ୍ଠୀ କାର୍ଯ୍ୟର ଶ୍ରେୟ ନିଜେ ନେବାକୁ ବସିଛି ବୋଲି ପ୍ରିଗୋଝିନ ଦାବି କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ