ରାଜ୍ୟ

ଗାଁ ସଭାରେ ପରିବାରକୁ ଅପମାନ: ଜୀବନ ହାରିଦେଲେ ପାଳିତା କନ୍ୟା

ଦିଗପହଣ୍ଡି : ଏକ ପ୍ରେମ ବ୍ୟାପାରକୁ ନେଇ ଗାଁ ସଭାରେ ଲଜ୍ଜିତ, ଅପମାନିତ ଓ ଅପମାନିତ ହୋଇଥିବା ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ‌ନେଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ତଥା କେ.ନୂଆଗାଁ ଥାନା ଅଧୀନ ବାରିତୋଳା ଗ୍ରାମରେ ଘଟିଥିବା ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ, ଏହିଭଳି ଏକ ସ୍ପର୍ଶକାତର ଘଟଣା ଜନମାନସରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ମୃତ ଯୁବତୀ ହେଲେ ପୂଜା ନାଇକ। ପୂଜା ବାରିତୋଳା ଗ୍ରାମର କୈଳାସ ନାଇକଙ୍କ ପାଳିତା ଝିଅ। ମୋହନ ନାଇକଙ୍କ ପୁଅ ରଜତଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ରହିଥିଲା। ଉଭୟ ପରିବାର ସେମାନଙ୍କ ସଂପର୍କକୁ ସ୍ବୀକାର କରୁନଥିଲେ। ଫଳରେ ଆପୋସ ସମାଧାନ ପାଇଁ ଗତ ୧୮ ତାରିଖରେ ଗ୍ରାମ କମିଟି ପକ୍ଷରୁ ଏକ ସଭା ଡକାଯାଇଥିଲା। ରାତିସାରା ସଭା ଚାଲିଥିଲା। ମାତ୍ର, ସମାଧାନ ବଦଳରେ ପୂଜା ଓ ତାଙ୍କ ପରିବାର ଲୋକଙ୍କୁ ଏକପାଖିଆ ଭାବେ ଗ୍ରାମବାସୀଙ୍କ ସମ୍ମୁଖରେ ଲଜ୍ଜିତ ଓ ଅପମାନିତ କରାଯାଇଥିଲା। ବାରମ୍ବାର ତାଙ୍କୁ ଦୋଷୀ ବୋଲି ଆକ୍ଷେପ ସହିତ ପରିବାର ଲୋକଙ୍କୁ ମଧ୍ୟ ସଭାରେ କଟୁ କଥା କହି ଅପଦସ୍ଥ କରାଯାଇଥିଲା। ଏଥିରେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ପୂଜା। ଗତ ୧୯ ତାରିଖ ରାତିରେ ସେ ବେକରେ ଓଢ଼ଣି ବାନ୍ଧି ଝୁଲିପଡ଼ି ଆତ୍ମହତ୍ୟା କରି ଦେଇଥିଲେ। ୨୦ ତାରିଖ ସକାଳେ ପୁଲିସ ଶବକୁ ଜବତ କରିଥିଲା। ପରେ ପୂଜାଙ୍କ ବାପା କେ.ନୂଆଗାଁ ଥାନାରେ ଏତଲା ଦେବାପରେ କେସ୍ ନମ୍ବର ୨୧୦/୨୩ ଅନୁସାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ୮ ଜଣ ଅଭିଯୁକ୍ତଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା। ସେମାନେ ହେଲେ, ଗ୍ରାମର ହରିଜନ ସାହିର ରବି ନାଇକ, ଉଲା ନାଇକ, ରାଜୁ ଓରଫ ରଜତ ନାଇକ, ପାଣ ନାଇକ, ଜାଗିଲି ନାଇକ, ତ୍ରିନାଥ ନାଇକ, ସୁକୁଟା ନାଇକ ଏବଂ ମୋହନ ନାଇକ। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାରେ କେଉଁଠି ନା କେଉଁଠି ଗାଁ ସଭା ନାଁରେ କଙ୍ଗାରୁ କୋର୍ଟ ବସୁଛି, ନିଷ୍ପତ୍ତି ଓ ଦଣ୍ଡବିଧାନ ବି ହେଉଛି। ପୁଲିସ, ପ୍ରଶାସନ ଜାଣିଲେ ବି କୌଣସି ଅଘଟଣ ଘଟିଗଲା ପରେ କାର୍ଯ୍ୟାନୁଷ୍ଠାନ ହେଉଥିବା ଅଭିଯୋଗ ‌ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।