ରାଜ୍ୟ

ଏ ବର୍ଷ ବି କଲବଲ କରିବ ଡେଙ୍ଗୁ!

ଭୁବନେଶ୍ବର : ଏ ବର୍ଷ ବି ଡରାଇବ ଡେଙ୍ଗୁ। ରାଜଧାନୀରେ ଗତବର୍ଷ ଧରି ଚଳିତବର୍ଷ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ଖୋର୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଏଭଳି ସଂକେତ ଦେଉଛି। ଆଉ କିଛିଦିନ ଭିତରେ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଜୁନ୍ ମାସ ସୁଦ୍ଧା ରାଜ୍ୟରେ ୧୨୯ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଗତବର୍ଷ ଏହି ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ରହିଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗତବର୍ଷ ଏହି ସମୟରେ ଖୋର୍ଧା ଜିଲ୍ଲାରେ ୪୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏହା ୫୭କୁ ବୃଦ୍ଧି ପାଇଛି। ତହିଁରୁ ସର୍ବାଧିକ ଆକ୍ରାନ୍ତ ହେଉଛି ଭୁବନେଶ୍ବରର। ଖୋର୍ଧା ଜିଲ୍ଲା ବାଦ୍ ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ କିନ୍ତୁ ଏସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୦-୧ ଭିତରେ ରହିଥିଲା। ତେଣୁ ପରିସଂଖ୍ୟାନ ଦୃଷ୍ଟିରୁ ଚଳିତବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା କେବଳ ଭୁବନେଶ୍ବରରେ ସୀମିତ ନ ରହି ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଏକପ୍ରକାର ଆଶଙ୍କା ସୃଷ୍ଟି ହେଲାଣି।

India.com

ବିଶେଷଜ୍ଞଙ୍କ ମତରେ ଏବେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଡେଙ୍ଗୁ ସହିତ ଅନ୍ୟ କୀଟ ବାହିତ ରୋଗର ମୁକାବିଲା ପାଇଁ ପ୍ରସ୍ତୁତିର ଆବଶ୍ୟକତା ରହିଛି। ଏକ ମଶାର ଜୀବନଚକ୍ର ହେଉଛି ଦୁଇ ସପ୍ତାହ ବା ୧୪ଦିନ। ଏହି ସମୟ ଭିତରେ ମଶା ଅଣ୍ଡା ଦେବା ସହିତ ଛୁଆ ବାହାରିଥାନ୍ତି। ତେଣୁ ଆସନ୍ତା ଜୁଲାଇ ମାସ ମଧ୍ୟ କିମ୍ବା ଶେଷ ବେଳକୁ ରାଜଧାନୀବାସୀଙ୍କୁ ମଶାଙ୍କ ଦୌରାତ୍ମ୍ୟ ବଢ଼ିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇସାରିଲେଣି। ତେଣୁ ସେହି ଅନୁଯାୟୀ ନାଳରେ ମଶା ତେଲ ପକାଇବାଠାରୁ ଆରମ୍ଭ କରି ମଶାଖିଆ ମାଛ ଛାଡ଼ିବା, ବୁଦା ଇତ୍ୟାଦିର ସଫାର ଆବଶ୍ୟକତା ରହିଛି।

ଏହାର ସାମାନ୍ୟତମ ପ୍ରସ୍ତୁତି ଆରମ୍ଭ ହୋଇନାହିଁ। କାରଣ ଗତ ୧୩ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ଫାଇଲେରିଆ ଇନ୍‌ସପେକ୍ଟରଙ୍କ ବଦଳି ହୋଇଥିଲା। ୭ଦିନ ଭିତରେ ସେମାନଙ୍କୁ ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଥିଲା। ମାତ୍ର ଏହା ଭିତରେ ୮ଦିନ ବିତିଗଲାଣି, ଭୁବନେଶ୍ବର ଓ କଟକରେ କାର୍ଯ୍ୟରତ ଫାଇଲେରିଆ ଇନ୍‌ସପେକ୍ଟର ନିଜ ସ୍ଥାନ ଛାଡ଼ିବାକୁ ପ୍ରସ୍ତୁତ ନ ଥିବା ସୂଚନା ମିଳିଛି। ଯଦିଓ ବିଭାଗ ପକ୍ଷରୁ ବଦଳି ନିର୍ଦେଶନାମାର କପି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ପଠାଯାଇଛି। ତଥାପି ବଦଳି ବାତିଲ କରିବା ପାଇଁ ବିଭିନ୍ନ ମହଲରେ ଚାପ ପଢ଼ିବା ଆରମ୍ଭ ହୋଇଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।