ରାଜ୍ୟ

ଠାକୁରଙ୍କୁ ସ୍ପର୍ଶ କଲେ ପଶ୍ଚିମବଙ୍ଗ ପର୍ଯ୍ୟଟକ, ପହଣ୍ଡି ବେଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଗଲେ

ପୁରୀ : ଚଳିତ ରଥଯାତ୍ରାରେ ଚରମ ବିଶୃଙ୍ଖଳା ଦେଖାଦେଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କିଛି ଅଣସେବାୟତ ରଥ ଉପର ଚଢ଼ିଥିବା ଅଭିଯୋଗ ଉଠିଥିବାବେଳେ ଗୁରୁବାର ଦିନ ୨୦ରୁ ଅଧିକ ପଶ୍ଚିମବଙ୍ଗ ପର୍ଯ୍ୟଟକ ପହଣ୍ଡି ବେଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିବା ସହ ଶ୍ରୀଅଙ୍ଗକୁ ସ୍ପର୍ଶ କରିଛନ୍ତି। ଜଣେ ବରିଷ୍ଠ ଦଇତାପତି ସେବକ ସର୍ବସମ୍ମୁଖରେ ଏହି ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେଇଥିବା ଦେଖାଯାଇଛି। ଆଜି ଭକ୍ତଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶରେ କଟକଣା ଲଗାଯାଇଥିବାବେଳେ ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ଏଭଳି ଅବାଧ ପ୍ରବେଶକୁ ଭକ୍ତ ମହଲରେ ତୀବ୍ର ବିରୋଧ କରାଯାଇଛି।

୨୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ପଶିଲେ ବରିଷ୍ଠ ଦଇତାପତି
ଚପଲ ପିନ୍ଧି ପଶିଗଲେ, ଅଟକାଇଲେ ଜେଟିପି

ଗୁରୁବାର ସନ୍ଧ୍ୟାରେ ବଡ଼ଠାକୁରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଜଣେକ ବରିଷ୍ଠ ଦଇତାପତି ୨୦ରୁ ଅଧିକ ପଶ୍ଚିମବଙ୍ଗ ଭକ୍ତଙ୍କୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଥିଲେ। ଏହି ସମୟରେ ନିୟୋଜିତ ପୁଲିସ, ଜେଟିପିମାନେ ଅଟକାଇଥିଲେ ବି ସେମାନଙ୍କୁ ନାଲି ଆଖି ଦେଖାଇ ଜୋର ଜବରଦସ୍ତ ମନ୍ଦିର ଭିତରକୁ ପର୍ଯ୍ୟଟକମାନଙ୍କୁ ନିଆଯାଇଥିଲା। ଏହି ସମୟରେ ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ଭିତରୁ କିଛି ଚପଲ ପିନ୍ଧି ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶି ଯାଇଥିଲେ। ପରେ ଜେଟିପିମାନେ ସେମାନଙ୍କୁ ଅଟକାଇବାରୁ ଚପଲ ବାହାରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। ସର୍ବସମ୍ମୁଖରେ ଏଭଳି ଅବାଧ ପ୍ରବେଶ ଚାଲିଥିବାବେଳେ କୌଣସି ପୁଲିସ କି ପ୍ରଶାସନିକ ଅଧିକାରୀ ଏ ନେଇ ମୁହଁ ଖୋଲିନଥିଲେ କି କାହାକୁ ଅଟକାଇ ନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।