ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଲିସବାବୁଙ୍କ ମୋବାଇଲ ଛଡ଼ାଇନେଲେ ଏସ୍‌ପି, ନିଜ କାମ ଛାଡ଼ି ରେକର୍ଡିଂ କରୁଥିଲେ ପହଣ୍ଡି ଦୃଶ୍ୟ

ପୁରୀ : ନିଜ କାମ ଛାଡ଼ି ପହଣ୍ଡି ଦୃଶ୍ୟ ରେକର୍ଡିଂ କରୁଥିବା ପୁଲିସବାବୁଙ୍କ ମୋବାଇଲ୍‌ ଛଡ଼ାଇ ଦେଇଛନ୍ତି ପୁରୀ ଏସ୍‌ପି। ସମୟ ପ୍ରାୟ ରାତି ୮ଟା। ଆଡ଼ପ ମଣ୍ଡପକୁ ଯିବାପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ନୀତି ଚାଲିଥିଲା। ପୂର୍ବରୁ ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସମେତ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଯାଇଥିଲା। ଦଇତାପତି ସେବାୟତମାନେ ମହାପ୍ରଭୁଙ୍କୁ ପହଣ୍ଡି କରି ଗୁଣ୍ଡିଚା ମନ୍ଦିରକୁ ନେଉଥିଲେ। ଏହିସମୟରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ମାତ୍ର, କେତେଜଣ ପୁଲିସ କର୍ମଚାରୀ ମୋବାଇଲ୍‌ ଫୋନ୍‌ ଯୋଗେ ମହାପ୍ରଭୁଙ୍କ ପହଣ୍ଡିର ଦୃର୍ଶ୍ୟକୁ ରେକର୍ଡ କରୁଥିଲେ। ଏହା ଏସ୍‌ପି ଡ. କେ ବିଶାଳ ସିଂହଙ୍କ ନଜରରେ ପଡ଼ିଯାଇଥିଲା।

ସୂଚନା କେନ୍ଦ୍ରରୁ ଏସ୍‌ପି ତୁରନ୍ତ ବ୍ୟାରିକେଡ୍‌କୁ ଯାଇ ମହାପ୍ରଭୁଙ୍କ ପହଣ୍ଡିର ଦୃଶ୍ୟକୁ ‌ରେକର୍ଡ କରୁଥିବା ପୁଲିସବାବୁମାନଙ୍କ ହାତରୁ ମୋବାଇଲ ଛଡ଼ାଇ ନେଇଥିଲେ। ପ୍ରାୟ ୪୦ରୁ ଅଧିକ ପୁଲିସ ଅଫିସରଙ୍କଠାରୁ ଆରମ୍ଭ କରି କନେଷ୍ଟବଳ ଏବଂ ଭକ୍ତମାନଙ୍କୁ ସୁରକ୍ଷା ଦେବାକୁ ଆସିଥିବା ଅନେକ ରାପିଡ୍‌ ଆକ୍ସନ ଫୋର୍ସର ସୁରକ୍ଷାକର୍ମୀମାନଙ୍କ ହାତରୁ ଏସ୍‌ପି ଶ୍ରୀ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ମୋବାଇଲ ଫୋନଗୁଡ଼ିକ ଛଡ଼ାଇ ନେଇଥିବା ଦେଖିବାକୁ ମିଳିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।