ଅପରାଧ ଦେଶ ବିଦେଶ

ଫରାସୀ ବ୍ୟକ୍ତି ଗିରଫ: ସ୍ତ୍ରୀଙ୍କୁ ନିଶା ଦେଇ ୫୧ ଜଣଙ୍କ ଦ୍ବାରା ବଳାତ୍କାର

ପ୍ୟାରିସ: ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ପ୍ରତି ରାତିରେ ନିଶା ଦେଇ ଅନ୍ୟ ଲୋକମାନଙ୍କୁ ତାଙ୍କୁ ବଳାତ୍କାର କରିବା ପାଇଁ ଆମନ୍ତ୍ରଣ କରୁଥିବା ଅଭିଯୋଗ ହୋଇଛି। ଏକ ରିପୋର୍ଟ ଅନୁସାରେ ୧୦ ବର୍ଷ ହେଲା ଅଭିଯୁକ୍ତ ଜଣକ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଛି ଏବଂ ମହିଳା ଜଣକ ଏ ପର୍ଯ୍ୟନ୍ତ ୯୨ ଥର ବଳାତ୍କାରର ଶିକାର ହୋଇଛନ୍ତି। ମହିଳାଙ୍କୁ ବଳାତ୍କାର କରିଥିବା ୫୧ ଜଣ ଲୋକଙ୍କ ବୟସ ହେଉଛି ୨୬ରୁ ୭୩ ବର୍ଷ ଭିତରେ। ଅଭିଯୁକ୍ତ ସମେତ ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଗ୍ନିଶମ କର୍ମଚାରୀ, ଟ୍ରକ୍ ଡ୍ରାଇଭର, ପୌର କାଉନ୍‌ସିଲର, ଏକ ବ୍ୟାଙ୍କର ଆଇଟି କର୍ମଚାରୀ, ଜେଲ ରକ୍ଷୀ, ଜଣେ ନର୍ସ ଓ ଜଣେ ସାମ୍ବାଦିକ। ଫ୍ରାନ୍ସର ମଜାନ-ନିବାସୀ ଅଭିଯୁକ୍ତ ଜଣକ ହେଉଛି ଡୋମିନିକ ପି। ସ୍ତ୍ରୀଙ୍କୁ ପ୍ରତିଦିନ ରାତିରେ ଖାଦ୍ୟରେ ଲୋରାଜପାମ ନାମକ ନିଶା ଔଷଧ ଦେଇ ସେ ଏହି କାମ କରିଆସୁଥିଲା। ଏହାପରେ ସେ ବଳାତ୍କାର ଦୃଶ୍ୟର ଭିଡ଼ିଓ ରେକର୍ଡିଂ କରୁଥିଲା। ଏକ ୟୁଏସ୍‌ବି ଡ୍ରାଇଭ୍‌ରେ ‘ଆବ୍ୟୁଜେସ୍’ ନାମକ ଫାଇଲ କରି ସେ ଭିଡ଼ିଓଗୁଡ଼ିକ ରଖିଥିଲା, ଯାହା ଏବେ ପୁଲିସ ହାତରେ ପଡ଼ିଛି। ୨୦୧୧ରୁ ୨୦୨୦ ଭିତରେ ବଳାତ୍କାର ଘଟଣାଗୁଡ଼ିକ ଘଟିଥିବା ପୁଲିସ ପ୍ରକାଶ କରିଛି। ସୂଚନାଯୋଗ୍ୟ ଡୋମିନିକ ସ୍ତ୍ରୀ ଫ୍ରାଙ୍କୋଇସଙ୍କୁ ବିବାହ କରିବାର ୫୦ ବର୍ଷ ହୋଇଗଲାଣି ଏବଂ ଦୁହିଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ