ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚାଟ୍‌ଜିପିଟିର ୧ ଲକ୍ଷ ଆକାଉଣ୍ଟ୍‌ ହ୍ୟାକ୍, ଭାରତ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ଲୋକପ୍ରିୟ ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ଚାଟ୍‌ଜିପିଟିର ଲକ୍ଷାଧିକ ଆକାଉଣ୍ଟ୍‌ ହ୍ୟାକ୍ ହୋଇଛି। ହ୍ୟାକର୍‌ମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରାଇ ନେଇଛନ୍ତି। ଏହି ଘଟଣାରେ ଭାରତ ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସିଙ୍ଗାପୁରର ଗ୍ରୁପ୍‌-ଆଇବି ନାମକ ସାଇବର ନିରାପତ୍ତା ସଂସ୍ଥା ଦାବି କରିଛି ଯେ ୧,୦୦,୦୦୦ ଅଧିକ ଚାଟ୍‌ଜିପିଟି ଆକାଉଣ୍ଟ୍‌ ହ୍ୟାକ୍ ହୋଇଛି। ସେଥିରୁ ସର୍ବାଧିକ ଆକାଉଣ୍ଟ୍‌କୁ ଭାରତୀୟମାନେ ବ୍ୟବହାର କରୁଥିଲେ। ଭାରତରେ ୧୨,୬୩୨ ଚାଟ୍‌ଜିପିଟି ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ବେଳେ ପାକିସ୍ତାନରେ ୯,୨୧୭ ଓ ବ୍ରାଜିଲ୍‌ରେ ୬,୫୩୧ ଆକାଉଣ୍ଟ୍‌ ହ୍ୟାକ୍ ହୋଇଛି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଦେଶଗୁଡ଼ିକର ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ହ୍ୟାକ୍ ହୋଇଛି। ହ୍ୟାକରମାନେ ଚୋରାଇଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଡାର୍କ ୱେବ୍‌ରେ ବିକ୍ରି କରୁଛନ୍ତି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ବହୁ ବିପଦ ରହିଛି ବୋଲି ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କଠାରୁ ଆରମ୍ଭ କରି ବିଶ୍ବର ବହୁ ବିଶେଷଜ୍ଞ ଯେଉଁ ଆଶଙ୍କା ପ୍ରକଟ କରିଥିଲେ ତାହା ସତ ହୋଇଛି। ଏଆଇକୁ ନିୟନ୍ତ୍ରଣରେ ରଖିବା ଲାଗି ବିଶ୍ବ ସ୍ତରରେ ଆଇନ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ସେମାନେ କହୁଛନ୍ତି। ୟୁରୋପୀୟ ସଂଘ ନିଜସ୍ବ ଏଆଇ ଆଇନ ପ୍ରସ୍ତୁତ କରୁଥିବା ବେଳେ ତାହାକୁ କଡ଼ାକଡ଼ି କରିବା ଲାଗି ଚାଟ୍‌ଜିପିଟିର ସ୍ରଷ୍ଟା ଓପନ୍‌ଏଆଇ, ମାଇକ୍ରୋସଫ୍ଟ ଓ ଗୁଗୁଲ୍ ଆଦି ଦାବି କରିଛନ୍ତି।

ବିଶ୍ବସ୍ତରରେ ବିଭିନ୍ନ କଂପାନି ଓ ବ୍ୟକ୍ତିବିଶେଷ ଚାଟ୍‌ଜିପିଟିକୁ ବ୍ୟବହାର କରି ଉତ୍ପାଦକତା ବଢ଼ାଇଛନ୍ତି। କିନ୍ତୁ ଏହି ଟୁଲ୍‌କୁ ବ୍ୟବହାର କରିବା ଲାଗି ସେମାନେ ଯେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଛନ୍ତି ତାହା ହ୍ୟାକରଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ବହୁ ପ୍ରତିଷ୍ଠିତ କଂପାନି ସେମାନଙ୍କ କର୍ମଚାରୀଙ୍କୁ ଚାଟ୍‌ଜିପିଟି ବ୍ୟବହାର କରିବାକୁ ବାରଣ କରିଛନ୍ତି। ସମ୍ବେଦନଶୀଳ ତଥ୍ୟ ଚୋରି ହେବା ଭୟରେ ସେମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ