ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ: ଅବଧି ବୃଦ୍ଧିର ଏପାଖ ସେପାଖ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧିକୁ ଏପ୍ରିଲ ୧୩, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟ ପକ୍ଷରେ ଏହା ଓଡ଼ିଶାର ସ୍ବାର୍ଥ ରକ୍ଷାରେ କେତେ ସହାୟକ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଜୋର ଧରିବାରୁ ସୁପ୍ରିମ‌କୋର୍ଟଙ୍କ ନି‌ର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ମାର୍ଚ୍ଚ ୧୨, ୨୦୧୮ରେ ଏହି ଟ୍ରିବ୍ୟୁନାଲକୁ ଗଠନ କରିଥିଲେ। ଇତି ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମାତ୍ର ୩୦ ପ୍ରତିଶତ କାମ ସରିଛି। ମହାନଦୀ ପ୍ରସଙ୍ଗରେ ଜଡ଼ିତଥିବା ବିଶେଷଜ୍ଞ ତଥା ଏହି ପ୍ରସଙ୍ଗରେ ରୁଚିରଖୁଥିବା ବ୍ୟକ୍ତି ଟ୍ରିବ୍ୟୁନାଲଙ୍କ ଏକକାଳୀନ ସମୟ ବୃଦ୍ଧି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସେମାନେ କହିଛନ୍ତି ଏହା ଦ୍ବାରା ଦୁଇ ରାଜ୍ୟ ମଧ୍ୟରେ ବିବାଦ ଆଗକୁ ଆହୁରି ଅଧିକ ଘନୀଭୂତ ହେବା ଆଶଙ୍କା ରହିଛି। କେନ୍ଦ୍ର ସରକାର ଏହି ମାମଲାକୁ ଆନ୍ତରିକତା ସହ ସମାଧାନ କରିବାକୁ ଚାହାନ୍ତି ନାହିଁ, ତେଣୁ ଏହା ସମୟ ଗଡ଼ାଇବାର ଏକ ଅଭିନବ ପ୍ରୟାସ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ଏହି ମାମଲାରେ ସଂପୃକ୍ତଥିବା ଆଇନଜୀବୀମାନଙ୍କର ଭିନ୍ନ ମତ ରହିଛି। ସେମାନଙ୍କର କହିବା ଅନୁସାରେ ଟ୍ରିବ୍ୟୁନାଲରେ ବିଚାର ପ୍ରକ୍ରିୟା ଓ ସାକ୍ଷ୍ୟ ଗ୍ରହଣ ଭଳି ଅନେକ ଆଇନଗତ ପ୍ରକିୟା ରହିଛି, ଯାହାକି ସମୟସାପେକ୍ଷ। ଜଳ ବିବାଦ ମାମଲାରେ ଅନେକ ବୈଷୟିକ ପ୍ରସଙ୍ଗ ସାମିଲ ରହିଥିବାରୁ ଶୁଣାଣି ପାଇଁ ସମୟ ଲାଗିଥାଏ। ପୂର୍ବରୁ କେନ୍ଦ୍ର ସରକାର ଅନେକ ଜଳ ବିବାଦ ଟ୍ରିବ୍ୟୁନାଲର ସମୟ ଅବଧିକୁ ବୃଦ୍ଧି କରିଛନ୍ତି, ତେଣୁ ମହାନଦୀ ଜଳ ବିବାଦ ଅବଧି ବୃଦ୍ଧି ଅପ୍ରତ୍ୟାଶିତ ନୁହେଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏହାବାଦ୍‌ କରୋନା ମହାମାରୀ ଯୋଗୁ ମାମଲାର ଶୁଣାଣି ପ୍ରଭାବିତ ହୋଇଥିଲା। ବର୍ଦ୍ଧିତ ଅବଧିରେ ଟ୍ରିବ୍ୟୁନାଲ ନ୍ୟାୟିକ ପ୍ରକ୍ରିୟାରେ ଅଗ୍ରସର ହେବେ ବୋଲି ସେମାନେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ