ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ରେ ଥିବା ୫ ବ୍ୟକ୍ତି ମୃତ: ଆମେରିକା ତଟରକ୍ଷୀ

ନୂଆଦିଲ୍ଲୀ: ‘ଓସେନ୍‌ ଗେଟ୍‌ ଏକ୍ସପିଡିସନ୍‌’ଦ୍ବାରା ପରିଚାଳିତ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ଆଟ୍‌ଲାଣ୍ଟିକ୍‌ ମହାସାଗର ଭିତରେ ହଠାତ୍‌ ଭିତର ଆଡ଼କୁ ସଙ୍କୁଚିତ ହୋଇ (ଜାକି ହୋଇ) ନଷ୍ଟ ହୋଇଯାଇଛି ଏବଂ ସେଥିରେ ଥିବା ୫ଜଣ ବ୍ୟକ୍ତି ମରିଯାଇଥିବା କଥା ଆମେରିକା ତଟରକ୍ଷୀ ରିପ‌ୋର୍ଟ କରିଛି।

ଗୁରୁବାର ପୂର୍ବାହ୍ନରେ ଗୋଟାଏ ରିମୋଟ୍‌-ନିୟନ୍ତ୍ରିତ ଯାନରେ ପାଣି ଭିତରେ ଠାବ କରାଯାଇଥିବା ଉକ୍ତ ବୁଡ଼ାଜାହାଜର ଭଗ୍ନାଂଶ ସବୁକୁ ପରୀକ୍ଷା କରିବା ପରେ ଆମେରିକା ତଟରକ୍ଷୀ ଏହି ସିଦ୍ଧାନ୍ତରେ ପହଞ୍ଚିଛି।

ଆଟ୍‌ଲାଣ୍ଟିକ୍‌ ମହାସାଗରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିବା ପ୍ରକାଣ୍ଡ ଜାହାଜ ‘ଟାଇଟାନିକ୍‌’ର ଅବଶେଷ ଦେଖିବା ପାଇଁ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ରେ ଯାଇଥିବା ବ୍ୟକ୍ତିମାନେ ହେଲେ, ଇଂଲଣ୍ଡ୍‌ର ୫୮ ବର୍ଷିୟ ହାମିସ୍‌ ହାର୍ଡିଙ୍ଗ୍‌, ଫ୍ରାନ୍‌ସ୍‌ର ୭୭ ବର୍ଷିୟ ପଲ୍‌-ହେନ୍‌ରି ନାର୍ଜିଓଲେଟ୍‌, ୱାସିଂଟନ୍‌ସ୍ଥିତ ‘ଓସେନ୍‌ଗେଟ୍‌’ ମାଲିକାନାରେ ଥିବା ‘ଇଭ୍‌ରେଟ୍‌’ର ମୁଖ୍ୟ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌ ୬୧ ବର୍ଷିୟ ଷ୍ଟକ୍‌ଟନ୍‌ ରସ୍‌ ଏବଂ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ୍‌ ଦାଉଦ୍‌ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ୍‌ ଦାଉଦ୍‌।

Passengers on Titanic submersible believed to be dead after 'catastrophic implosion' of vessel | KHQA
Image Courtesy of KHQA

ଗୁରୁବାର ଦିନ ବୋଷ୍ଟନ୍‌ରେ ‘ରିଅର୍‌ ଆଡ୍‌ମିରାଲ୍‌ ଜନ୍‌ ମୌଗର୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ତୁରନ୍ତ ସେମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦେଇଦେଇଛୁ। ଆମେରିକା ତଟରକ୍ଷୀ ଏବଂ ସମଗ୍ର କମାଣ୍ଡ୍‌ ତରଫରୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି।

Image Courtesy of NDTV

ସୂଚନାଯୋଗ୍ୟ, କାର୍ବନ୍‌ ଫାଇବର୍‌ ଓ ଟାଇଟନିୟମ୍‌ରେ ନିର୍ମିତ ୬.୭ ମିଟର୍‌ ଲମ୍ବ କ୍ଷୁଦ୍ର ବୁଡ଼ାଜାହାଜ ‘ଦି ଟାଇଟନ୍‌’ରେ ଜଣେ ଚାଳକ ଓ ୪ଜଣ ଯାତ୍ରୀ ଯିବା ଭଳି ବ୍ୟବସ୍ଥା ଥିଲା। ଏହି ବୁଡ଼ାଜାହାଜ ସମୁଦ୍ର ଗର୍ଭର ସର୍ବାଧିକ ୧୩,୧୨୦ ଫୁଟ୍‌ ତଳକୁ ଯାଇପାରେ।

ଜୁନ୍‌ ୧୮ ତାରିଖ ଦିନ ଯାତ୍ରା ଆରମ୍ଭ କରିବାର ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ପରେ ‘ଦି ଟାଇଟନ୍‌’ ସହିତ ଜଳରାଶି ଉପରେ ଥିବା ତା’ର ‘ମୁଖ୍ୟ ଜାହାଜ’ର (ମଦର୍‌ସିପ୍‌) ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ