ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯୁଦ୍ଧ-ପ୍ରଭାବିତ ଭାରତୀୟ ଛାତ୍ରଙ୍କର ଦ୍ବିତୀୟ ଇନିଂସ: ୧୦ ପ୍ରତିଶତ ଛାତ୍ର ୟୁକ୍ରେନ୍ ଫେରିଛନ୍ତି

ନୂଆଦିଲ୍ଲୀ : ୨୦୨୨ ଫେବ୍ରୁଆରିରେ ରୁଷ୍ ଆକ୍ରମଣ କରିବା ପୂର୍ବରୁ ୟୁକ୍ରେନ୍‌ରେ ପଢ଼ୁଥିବା ୨୩,୫୧୫ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ଅଧାଅଧି ରୁଷ୍, ଜର୍ଜିଆ, ଉଜବେକିସ୍ତାନ, କାଜାଖସ୍ତାନ ଓ କିରଗିଜସ୍ତାନ ପରି ଦେଶର ବିଶ୍ବବିଦ୍ୟାଳୟକୁ ଟ୍ରାନ୍ସଫର ହୋଇ ଯାଇଛନ୍ତି। ମାତ୍ର ପ୍ରାୟ ୧୦ ପ୍ରତିଶତ ଛାତ୍ର ୨୦୨୩ ଏପ୍ରିଲ ସୁଦ୍ଧା ପୁଣି ୟୁକ୍ରେନ୍ ଫେରିଯାଇଛନ୍ତି ବୋଲି କିବ୍-ସ୍ଥିତ ଭାରତୀୟ ଦୂତାବାସ ଦ୍ବାରା ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି। ପ୍ରାୟ ଏକ-ଚତୁର୍ଥାଂଶ ଛାତ୍ର ଭାରତରେ ଥାଇ ଅନ୍‌ଲାଇନ୍ କ୍ଲାସ୍ କରୁଛନ୍ତି ଏବଂ ଅବଶିଷ୍ଟ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି କିମ୍ବା ପାଠପଢ଼ା ବନ୍ଦ କରିଦେଇଛନ୍ତି। ବିଶେଷତଃ ମେଡିକାଲ ଡିଗ୍ରି ଆଶାରେ ୟୁକ୍ରେନ୍‌ ଯାଇଥିବା ଭାରତୀୟ ଛାତ୍ରମାନେ ଯୁଦ୍ଧ ଯୋଗୁ ଗତ ଦେଢ଼ବର୍ଷ ହେଲା ନାନା ଅନିଶ୍ଚିତା ଭିତରଦେଇ ଗତି କରୁଛନ୍ତି।

ଭାରତୀୟ ଦୂତାବାସର ତଥ୍ୟ ଅନୁଯାୟୀ, ୨୩୦୦ ଛାତ୍ର କୌଣସି ପ୍ରକାର ଯୁଦ୍ଧ-ଧ୍ବସ୍ତ ୟୁକ୍ରେନ୍‌କୁ ଫେରି ଆସିଛନ୍ତି। ସେଠାରେ ଯୁଦ୍ଧର ପ୍ରଭାବ ନ ଥିବା ଅଞ୍ଚଳରେ ଅବସ୍ଥିତ ବିଶ୍ବବିଦ୍ୟାଳୟରେ ସେମାନେ ପାଠପଢ଼ି ସେମାନଙ୍କ ବାକିଆ କୋର୍ସ ଶେଷ କରିବେ। ବେଙ୍ଗାଲୁରୁର ଜନୈକ ଶିକ୍ଷା ପରାମର୍ଶଦାତା କହିଛନ୍ତି ଯେ, ଯୁଦ୍ଧ ଦ୍ବାରା ପ୍ରଭାବିତ ପ୍ରାୟ ୫୦ ପ୍ରତିଶତ ଛାତ୍ର ଅନ୍ୟ ଦେଶର ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇଛନ୍ତି। ସେଠାରେ ସେମାନେ ତାଙ୍କର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି।

ଗୁଜରାଟର ମୋହିତ ପାରେଖ ହେଉଛନ୍ତି ଏପରି ଜଣେ ଛାତ୍ର ଯିଏ ୟୁକ୍ରେନ୍‌ର କେମିବସ୍ତିସ୍ଥିତ ବୁକୋଭିନିଆନ ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରୁ ଟ୍ରାନ୍ସଫର ହୋଇ ଉଜବେକିସ୍ତାନର ସମରକନ୍ଦସ୍ଥିତ ସମରକନ୍ଦ ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରେ ନାମ ଲେଖାଇଛନ୍ତି। ୟୁକ୍ରେନ୍‌ରୁ ଭାରତ ଫେରିବା ପରେ ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ଅନଲାଇନ ମୋଡ୍‌ରେ ସେ ତାଙ୍କର ପଞ୍ଚମ ସିମେଷ୍ଟାର ଶେଷ କରିଛନ୍ତି। ଏହାପରେ ପ୍ରାକ୍ଟିକାଲ ଶିକ୍ଷାର ଆବଶ୍ୟକତା ଥିବାରୁ ସେ ଉଜବେକିସ୍ତାନର ଏକ କଲେଜକୁ ଟ୍ରାନ୍ସଫର ହୋଇ ଯିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ