ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହ୍ବାଇଟ୍‌ ହାଉସ୍‌ ଷ୍ଟେଟ୍‌ ଡିନର୍‌ରେ କ’ଣ ଖାଇବେ ନିରାମିଷାଶୀ ପ୍ରଧାନମନ୍ତ୍ରୀ ମୋଦୀ

ୱାସିଂଟନ୍‌: ସମ୍ମାନଜନକ ‘ଷ୍ଟେଟ୍‌ ଭିଜିଟ୍‌’ରେ ହ୍ବାଇଟ୍‌ ହାଉସ୍‌କୁ ଆମନ୍ତ୍ରିତ ହୋଇଥିବା ପ୍ରଧାନମନ୍ତ୍ରୀ ମ‌ୋଦୀ ଓ ଅନ୍ୟାନ୍ୟ ଅତିଥିଙ୍କୁ ଆଜି ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ‘ଷ୍ଟେଟ୍‌ ଡିନର୍‌’ରେ ଆପ୍ୟାୟିତ କରାଯିବ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ପ୍ରସ୍ତୁତ ହେବାକୁ ଥିବା ଭାରତୀୟ ବ୍ୟଞ୍ଜନ ପାଇଁ ରୋଷେୟାଙ୍କ ନେତୃତ୍ବ ନେବେ ଶାକ୍‌ସବ୍‌ଜି ବ୍ୟଞ୍ଜନ ପ୍ରସ୍ତୁତିରେ ହ୍ବାଇଟ୍‌ ହାଉସ୍‌ ପ୍ରବୀଣ ରୋଷେୟା ନିନା କର୍ଟିସ୍‌। ‘ଷ୍ଟେଟ୍‌ ଡିନର୍‌’ରେ ନିରାମି‌ଷାଶୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ସେଫ୍‌’ (ରୋଷେୟା) ନିନା କର୍ଟିସ୍‌ ଚମତ୍କାର ନିରମିଷ ବ୍ୟଞ୍ଜନ ପ୍ରସ୍ତୁତ କରିବେ ବୋଲି ଆମେରିକାର ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ଆଶା କରୁଛନ୍ତି।

ଆଜିର ଏହି ‘ଷ୍ଟେଟ୍‌ ଡିନର୍‌’କୁ ଆମନ୍ତ୍ରିତ ହୋଇଛନ୍ତି ପ୍ରାୟ ୪୦୦ ବିଶିଷ୍ଟ ଅତିଥି।

Image Courtesy of India Today

‘ପିଟିଆଇ’ ରିପୋର୍ଟ ଅନୁସାରେ, ‘ଷ୍ଟେଟ୍‌ ଡିନର୍‌’ର ‘ଫାଷ୍ଟ୍‌ କୋର୍ସ’ରେ ରହିବ: ‘ମେରିନେଟେଡ୍‌’ ମାଣ୍ଡିଆ, ପୋଡ଼ା ମକା ଦାନା ସାଲାଡ୍‌, ତରଭୁଜ ଓ ଆମ୍ବିଳ ଆଭୋକାଡ଼ୋ ସସ୍‌।

ସେହିପରି, ‘ମେନ୍‌ କ‌େର୍ସ’ରେ ରହିବ: ମସଲାଦିଆ ବଟନ୍‌ ଛତୁ, କେଶରଦିଆ ଇଟାଲୀୟ ଭାତ-ଜାଉ ଏବଂ ଅତିଥିମାନଙ୍କ ରୁଚି ଅନୁଯାୟୀ ବିଭିନ୍ନ ଆମିଷ ଓ ନିରାମିଷ ବ୍ୟଞ୍ଜନ।

ସୂଚନାଯୋଗ୍ୟ, ଏହା ‘ନିରୋଳା ନିରାମିଷ’ ‘ଡିନର୍‌’ ନୁହେଁ। ଅତିଥିମାନଙ୍କ ମଧ୍ୟରେ ଅନେକ ଆମିଷପ୍ରିୟ ଥିବାରୁ ସେମାନଙ୍କ ରୁଚି ଅନୁଯାୟୀ ବ୍ୟଞ୍ଜନ ପ୍ରସ୍ତୁତି କରାଯିବ। ସେମାନଙ୍କ ପାଇଁ ‘ସି ବାସ୍‌’ ନାମରେ ଗୋଟାଏ ଜାତିର ମାଛଭଜା କରାଯିବ। ଏହାଛଡ଼ା, ଏଥିରେ ରହିବ ଲେମନ୍‌-ଡିଲ୍‌ ୟୋଗର୍ଟ ସସ୍‌, କଡ଼ାଭଜା ମିଲେଟ୍‌ କେକ୍‌ ଏବଂ ‘ସମର୍‌ ସ୍କ୍ବାସ୍‌’ (କାକୁଡ଼ି ଜାତୀୟ ଫଳ)।

ଶେଷକୁ ‘ଡେଜର୍ଟ’ ବା ମିଷ୍ଟାନ୍ନ ଭାବେ ପରିବେଷଣ କରାଯିବ ଗୋଲାପ ଓ ଅଳେଇଚ ମିଶ୍ରିତ ‌ଷ୍ଟ୍ରବେରି ‘ସର୍ଟକେକ୍‌’। ସେହିପରି, ମଦ ତାଲିକାରେ ରହିଛି ‘ଷ୍ଟୋନ୍‌ ଟାୱାର୍‌ କାର୍ଡୋନେ ‘କ୍ରିଷ୍ଟି’ ୨୦୨୧, ‘ପଟେଲ୍‌ ରେଡ୍‌ ବ୍ଲେଣ୍ଡ୍‌ ୨୦୧୯’ ଏବଂ ‘ଡୋମେନ୍‌ କାର୍ନେରୋଜ୍‌ ବ୍ରଟ୍‌ ‌ରୋଜ୍‌’।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ