ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜିନ୍‌ପିଙ୍ଗ୍‌ଙ୍କୁ ଏକଛତ୍ରବାଦୀ କହିଲେ ଜୋ ବାଇଡେନ୍‌

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଦିନ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକଛତ୍ରବାଦୀ କହିଛନ୍ତି। ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ ଆମେରିକା ଓ ଚୀନ୍‌ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା‌ ଆଣିବାପାଇଁ ବେଜିଂ ଗସ୍ତ କରିବାର ଦିନକ ପରେ ଆଜି ବାଇଡେନ୍‌ ଏଭଳି ଟିପ୍ପଣୀ ଦେଇଛନ୍ତି। ବାଇଡେନ୍‌ କହିଛନ୍ତି, ଚୀନ୍‌ର ଏକ ଗୁଇନ୍ଦା ‌ବେଲୁନ ଚଳିତ ବର୍ଷ ଆମେରିକା ବାୟୁସୀମାରେ ଉଡ଼ୁଥିଲା। କିନ୍ତୁ ଏହା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେରିକା ଏହାକୁ ଖସାଇ‌ ଦେଇଥିଲା। ଏଥିପାଇଁ ଜିନପିଙ୍ଗ ଖୁବ୍‌ ଲଜ୍ଜିତ। ବାଇଡେନ୍‌ କହିଛନ୍ତି, ଆମେରିକା ଚୀନ୍‌ର ଗୁଇନ୍ଦା ବେଲୁନକୁ ଖସାଇ ଦେବା ଏହି ଏକଛତ୍ରବାଦୀଙ୍କ ପାଇଁ ବଡ଼ ଲଜ୍ଜା ଥିଲା।

କାରଣ ଏହି ବେଲୁନ ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନଥିଲା ଏବଂ ଏହାକୁ ଏଭଳି ଖସାଇ ଦିଆ‌ଯିବ ବୋଲି ସେମାନେ ଆଶା କରିନଥିଲେ। ବାଇଡେନ କହିଛନ୍ତି, ଚୀନ୍‌ର ମଧ୍ୟ ନିଜସ୍ବ ଅର୍ଥନୈତିକ ଜଟିଳତା ରହିଛି। ତେବେ ଚୀନ୍‌ ବାଇଡେନ୍‌ଙ୍କର ଏଭଳି ଟିପ୍ପଣୀ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବାଇଡେନ ଅତି ଦାୟିତ୍ବହୀନ ଏବଂ ନିରର୍ଥକ ଟିପ୍ପଣୀ ଦେଇଛନ୍ତି ବୋଲି ଚୀନ୍‌ କହିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ବାଇଡେନଙ୍କ ଟିପ୍ପଣୀ ଅତି ଗୁରୁତର ଭାବେ ତଥ୍ୟ ଓ କୂଟ‌ନୈତିକ ପ୍ରୋଟକଲ୍‌ ଉଲ୍ଲଂଘନ କରିଛି ଏବଂ ଚୀନ୍‌ର ରାଜନୈତିକ ସମ୍ମାନ ହାନି କରିଛି। ଏଭଳି ଟିପ୍ପଣୀ ଅଗ୍ରହଣୀୟ ଏବଂ ଖୋଲାଖୋଲି ଭାବେ ଏହା ରାଜନୈତିକ ଉତ୍ତେଜନା ସୃଷ୍ଟି କରୁଛି। ଉଲ୍ଲେଖଯୋଗ୍ୟ, ବ୍ଲିଙ୍କେନ ଏବଂ ଜିନପିଙ୍ଗ ସୋମବାର ଦିନ ସାକ୍ଷାତ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ