ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୭ ଭାରତୀୟ ସିରପ୍‌ ଯାଞ୍ଚ ପାଇଁ ତାଲିକାଭୁକ୍ତ କଲା ‘ହୁ’

ନୂଆଦିଲ୍ଲୀ: ନକଲି ଔଷଧ ଯାଞ୍ଚ ତାଲିକାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ଭାରତର ୭ଟି ଔଷଧକୁ ଅନ୍ତର୍ଭୁକ୍ତ କରିଛି। ନକଲି ସିରପ୍‌ ପାଇଁ ବିଶ୍ବବ୍ୟାପୀ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୭ଟି ଭାରତୀୟ ସିରପ୍‌ ସମେତ ମୋଟ୍‌ ୨୦ଟି ମେଡିସିନ୍‌କୁ ଯାଞ୍ଚ ତାଲିକାଭୁକ୍ତ କରିଛନ୍ତି। ଅନ୍ୟ ଔଷଧଗୁଡ଼ିକ ଇଣ୍ଡୋନେସିଆର। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଔଷଧର ମାନକୁ ନେଇ ଭାରତ କେବେ ବି ସାଲିସ କରିପାରିବନି। ନକଲି ଔଷଧ କାରଣରୁ କୌଣସି ପ୍ରକାର ମୃତ୍ୟୁ ନହେବାପାଇଁ ଆମ କର୍ତ୍ତୃପକ୍ଷ ସର୍ବଦା ସତର୍କ ରହିଛନ୍ତି ବୋଲି ମାଣ୍ଡଭୀୟ କହିଛନ୍ତି। ଏଥିପାଇଁ ୭୧ଟି କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୧୮ଟି କମ୍ପାନି ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଔଷଧର ମାନକୁ ନେଇ ଭାରତ କେବେ ବି ସାଲିସ କରିବନି: ସ୍ବାସ୍ଥ୍ୟମନ୍ତ୍ରୀ
୭୧ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍‌, ୧୮ କମ୍ପାନି
ବନ୍ଦ କରିବାକୁ ନିର୍ଦ୍ଦେଶ

ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ୧୨୫ରୁ ଅଧିକ କମ୍ପାନିରେ ଆମ ସ୍କ୍ବାଡ୍‌ ପହଞ୍ଚି ଯାଞ୍ଚ କରିଥିଲେ। ଏହି କମ୍ପାନି ମଧ୍ୟରୁ ୭୧ଟି କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ମାଣ୍ଡଭୀୟ କହିଛନ୍ତି, ଆମେ ବିଶ୍ବର ଫାର୍ମାସି ଏବଂ ଆମେ ସମସ୍ତଙ୍କୁ ଏହା ନିଶ୍ଚିତ କରିବାକୁ ଚାହୁଛୁ ଯେ ଆମେ ହେଉଛୁ ବିଶ୍ବର ଗୁଣବତ୍ତା ଫାର୍ମାସି। ଉଲ୍ଲେଖଯୋଗ୍ୟ, ‘ହୁ’ ଦ୍ବାରା ଯାଞ୍ଚ ତାଲିକାଭୁକ୍ତ କରାଯାଇଥିବା ୨୦ଟି ସିରପ୍‌ରେ କଫ୍‌ ସିରପ୍‌ ଏବଂ ବିଭିନ୍ନ ଭିଟାମିନ ସିରପ ରହିଛି। ଗତବର୍ଷ ଗାମ୍ବିୟା ଏବଂ ଉଜବେକିସ୍ତାନରେ ୧୮ ଶିଶୁଙ୍କ ସମେତ ୬୬ ଜଣଙ୍କ ମୃତ୍ୟୁ ‌ହୋଇଥିଲା। ଏଥିପାଇଁ ଭାରତୀୟ କଫ୍‌ ସିରପ୍‌କୁ ଦାୟୀ କରାଯାଇଥିଲା। ମାଣ୍ଡଭୀୟ କହିଛନ୍ତି, ଉକ୍ତ ଅଭିଯୋଗ ହେବାପରେ ଆମେ ଏକ କମ୍ପାନିର ନମୁନା ପରୀକ୍ଷା କରିଥିଲୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ