ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗ୍ରୀଷ୍ମଲହରି ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ: ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ୍‌ ପଠାଗଲା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଏବେ ଗ୍ରୀଷ୍ମଲହରି ଜାରି ରହିଛି। ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟଗୁଡ଼ିକରେ ଗ୍ରୀଷ୍ମଲହରି ସ୍ଥିତି ଯୋଗୁଁ ମୃତ୍ୟୁ ଏବଂ ଅସୁସ୍ଥତା ବଢ଼ିବାରୁ କେନ୍ଦ୍ର ସରକାର ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବିଭିନ୍ନ ରାଜ୍ୟ ଗ୍ରୀଷ୍ମଲହରି ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ରହିଛନ୍ତି ସେନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ), ଆଇସିଏମ୍‌ଆର, ଏନ୍‌ଡିଏମ୍‌ଏର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ ଗ୍ରୀଷ୍ମଲହର ଯୋଗୁଁ ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକୁ ଯିବେ। ଗ୍ରୀଷ୍ମଲହରି ମୁକାବିଲା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ମଧ୍ୟ କିଛି ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଣ୍ଡଭୀୟ କହିଛନ୍ତି, ସାଧାରଣ ଜୀବନର ସୁରକ୍ଷା ପାଇଁ ପ୍ରତିସ୍ତରରେ ବ୍ୟବସ୍ଥା କରାଯିବ। କାହାର ଯେମିତି ଅଂଶୁଘାତରେ ମୃତ୍ୟୁ ନହେଉ ତାହା ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ। ମାଣ୍ଡଭୀୟ କହିଛନ୍ତି, ଯେଉଁସବୁ ରାଜ୍ୟମାନଙ୍କରେ ତାପମାତ୍ରା ବଢ଼ୁଛି ସେସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଏକ ଭର୍ଚୁଆଲ ବୈଠକ ହେବ।

ଉତ୍ତରପ୍ରଦେଶ, ବିହାର, ହରିୟାଣା, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିଦର୍ଭ, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ସ୍ଥିତି ଜାରି ରହିଛି। ତେବେ ଆସନ୍ତାକାଲିଠାରୁ ପୂର୍ବ ଓ କେନ୍ଦ୍ରୀୟ ଭାରତରେ ଧୀରେ ଧୀରେ ଗରମ ଏବଂ ଅସହ୍ୟ ତାତିରୁ ନିସ୍ତାର ମିଳିବ ବୋଲି ଆଇଏମ୍‌ଡି ଆକଳନ କରିଛି। ଆଜିର ସମୀକ୍ଷା ବୈଠକରେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ଲହରିଜନିତ ସ୍ଥିତି ସଂକ୍ରାନ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟଙ୍କୁ ଅବଗତ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ