ଅପରାଧ ଦେଶ ବିଦେଶ

ଅଳିଆ ପକାଇବାକୁ ନେଇ ପରିବାରର ୩ ଜଣଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୈନପୁରୀର କରହଲ୍‌ ଅଞ୍ଚଳରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସାମାନ୍ୟ ଅଳିଆ ପକାଇବାକୁ ନେଇ ପାଟିତୁଣ୍ଡ ହେବାରୁ ଏହି ଘଟଣା ଘଟିଛି। ଏସ୍‌ପି ବିନୋଦ କୁମାର କହିଛନ୍ତି, କରହଲ ଅଞ୍ଚଳର ଅତିରାମପୁର ଗ୍ରାମରେ ଗୋଟିଏ ପରିବାରର କିଛି ସଦସ୍ୟଙ୍କ ମଧ୍ୟରେ ଅଳିଆ ପକାଇବାକୁ କେନ୍ଦ୍ରକରି ବିବାଦ ଉପୁଜିଥିଲା। ଏହି ବିବାଦ ସୋମବାର ଦିନ ଅତି ଉଗ୍ର ରୂପ ନେଇଥିଲା ଏବଂ ଜଣେ ବ୍ୟକ୍ତି ଗୋଟିଏ ପରିବାରର ୩ ଜଣ ସଦସ୍ୟ କୟମ ସିଂହ (୮୫), ରାମେଶ୍ବର ସିଂହ (୭୫) ଏବଂ ମମତା ଦେବୀ (୨୮)ଙ୍କୁ ଗୁଳିକରି ହତ୍ୟା କରିଛି। ଆଉ ଜଣେ ଗୁଳିମାଡ଼ରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୁକ୍ତ ରାହୁଲ ଯାଦବ, କୁମାରକୁ ଗିରଫ କରିବାପାଇଁ ୫ ପୁଲିସ ଟିମ୍‌ ମୁତୟନ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ