ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲକୁ ମୋଦୀଙ୍କ ସାକ୍ଷାତକାର: ବିଶ୍ବ ଫୋରମ୍‌ରେ ଭାରତକୁ ଯୋଗ୍ୟ ସ୍ଥାନ ମିଳିବା ଉଚିତ

ନୂଆଦିଲ୍ଲୀ: ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବା ପୂର୍ବରୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ବରେ ଭାରତ ତା’ର ଉପଯୁକ୍ତ ସ୍ଥାନ ପାଇବା ଦିଗରେ ଉଦ୍ୟମ କରୁଛି। ଭାରତ ଅନ୍ୟ କୌଣସି ଦେଶର ସ୍ଥାନ ନେଉନାହିଁ। ଭାରତ କେବଳ ତା’ର ଉପଯୁକ୍ତ ସ୍ଥାନ ଓ ମର୍ଯ୍ୟାଦା ପାଇବା ଦିଗରେ ଗତି କରୁଛି। ବିଶ୍ବ ଫୋରମ୍‌ରେ ଭାରତ ଏକ ଉଚ୍ଚତର, ଗଭୀରତର ଓ ପ୍ରଶସ୍ତତର ପ୍ରୋଫାଇଲ ପାଇବାକୁ ହକ୍‌ଦାର।
ମୋଦୀ କହିଲେ ଯେ, ଭାରତ ଓ ଆମେରିକାର ନେତାମାନଙ୍କ ଭିତରେ ଏକ ଅଭୂତପୂର୍ବ ବିଶ୍ବାସ ସ୍ଥାପିତ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଏକ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବାର ସମୟ ଆସିଛି ବୋଲି ମୋଦୀ କହିଛନ୍ତି। ଭାରତ-ଚୀନ୍ ସମ୍ପର୍କ ଉପରେ କହିଲେ ଯେ, ଏହି ସମ୍ପର୍କ ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଆବଶ୍ୟକ। ଆମେ ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତାରେ ବିଶ୍ବାସ କରୁ।

ଆମେ ଆଇନର ଶାସନ ଓ କୌଣସି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁ। ଏଥିସହ ନିଜର ସାର୍ବଭୌମତ୍ବ ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ମଧ୍ୟ ଆମେ ବଦ୍ଧପରିକର ବୋଲି ମୋଦୀ କହିଥିଲେ। ସମସ୍ତ ଦେଶ ଅନ୍ତର୍ଜାତୀୟ ଆଇନ ଓ ଦେଶଗୁଡ଼ିକର ସାର୍ବଭୌମତ୍ବକୁ ସମ୍ମାନ ଦେବା ଉଚିତ। କୂଟନୀତି ଓ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ, ଯୁଦ୍ଧ ଦ୍ବାରା ନୁହେଁ ବୋଲି ସେ କହିଥିଲେ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଉପରେ କହିଲେ ଯେ, ଏ କ୍ଷେତ୍ରରେ ଭାରତର ଆଭିମୁଖ୍ୟ ସମସ୍ତେ ଜାଣନ୍ତି। ଶାନ୍ତି ଉପରେ ଭାରତ ସର୍ବପ୍ରାଧାନ୍ୟ ଦେଇଥାଏ। ଅନେକେ ଭାବନ୍ତି ଭାରତ ନିରପେକ୍ଷ କିନ୍ତୁ ଭାରତ ନିରପେକ୍ଷ ନୁହେଁ, ଭାରତ ଶାନ୍ତିର ପକ୍ଷଧର। ଶାନ୍ତି ଓ ସ୍ଥିରତା ରକ୍ଷା ନିମନ୍ତେ ଯେକୌଣସି ନିଷ୍ଠାପର ଉଦ୍ୟମକୁ ଭାରତ ସମର୍ଥନ କରିବ ବୋଲି ମୋଦୀ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ