ରାଜ୍ୟ

କାହିଁକି ସମୟରେ ପହଞ୍ଚିଲାନି ତିନିରଥ? ବାରମ୍ବାର ଡାହାଣ କୋଣ ମାଡ଼ିଲା ତିନି ରଥ

ପୁରୀ: ବହୁ ବର୍ଷର ବ୍ୟବଧାନ ପରେ ଆଜି ତିନି ରଥ ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚିପାରିନି। ଏହାର ଏବେ କାରଣ ଖୋଜା ଚାଲିଛି। ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହାର ସମୀକ୍ଷା କରୁଛନ୍ତି। ପ୍ରତିବର୍ଷ ଯେଉଁଠି ତିନି ରଥ ସମୟ ଅନୁସାରେ ଶରଧାବାଲିରେ ପହଞ୍ଚି ଯାଉଥିଲେ, ସେଠି ଚଳିତବର୍ଷ କାହିଁକି ତିନି ରଥ ପହଞ୍ଚିଲାନି, ତା’ର କାରଣ ଖୋଜା ଚାଲିଛି। ଏଭଳି ସ୍ଥିତିରେ ପରିଚାଳନାଗତ ସମସ୍ୟା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ଅଭାବକୁ ଦାୟୀ କରିଛନ୍ତି ସାଧାରଣ ଭକ୍ତ।

ତିନିଟି ମୂଳ କାରଣକୁ ଭକ୍ତ ତଥା ପ୍ରଶାସନିକ ଅଧିକାରୀମାନେ ଦାୟୀ କରୁଛନ୍ତି। ପ୍ରଥମ ସମସ୍ୟା ହେଉଛି, ରଥ ଗଡ଼ିବା ନେଇ ଯେଉଁ ସଙ୍କେତ ଦିଆଯାଇଥାଏ, ସେଥିରେ ଆଜି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। କାହାରି ଭିତରେ ସମନ୍ବୟ ରହିନି। ରଥ ଟାଣିବା ବେଳେ ରଥ ଗଡ଼ିବା ଓ ରୋକିବା ପାଇଁ ବ୍ୟବହୃତ ପତାକା ଦେଖାଇବାକୁ ରଥ ଆଗରେ ଓ ରଥ ଉପରେ ଜେଟିପି, ପୁଲିସ ରହିଥାନ୍ତି। ସେହି ଅନୁସାରେ ପୁଲିସ ଡାକବାଜି ଜରିଆରେ ଘୋଷଣା ପରେ ରଥ ଗଡ଼ିଥାଏ। ରଥ କେଉଁଆଡ଼କୁ ମୋଡ଼ ନେବ, ସେ ସମ୍ପର୍କରେ ବି ସଂକେତ ଜରିଆରେ ସୂଚନା ପାଇବା ପରେ ପୁଲିସ ଡାକବାଜି ଜରିଆରେ ଘୋଷଣା କରିଥାନ୍ତି ଓ ସେହି ଦିଗକୁ ରଥ ଗଡ଼ିଥାଏ। ଅଭିଯୋଗ ଉଠିଛି, ଆଜି ରଥ ତଳେ ଓ ରଥ ଉପରେ ଯେଉଁମାନେ ରହିଥିଲେ, ସେମାନେ ପତାକା ଦେଖାଇବାରେ ସେତେଟା ତାଳମେଳ ରହିନଥିଲା। ସେପଟେ ଡାକବାଜି ଜରିଆରେ ଘୋଷଣା କରୁଥିବା ପୁଲିସମାନେ ବି ଏହି ପତାକାକୁ ଅନୁପାଳନ କରିନଥିଲେ। ଯେଉଁଥିପାଇଁ ଆଜି ତିନି ରଥ ବଡ଼ଦାଣ୍ଡରେ ସିଂହଦ୍ବାରରୁ ମେଡିକାଲ୍‌ ଛକ ଭିତରେ ବାରମ୍ବାର ଡାହାଣ କୋଣ ମାଡ଼ି ଚାଲିଥିଲା। ଏଥିପାଇଁ ଏକାଧିକ ଥର ବଡ଼ଦାଣ୍ଡରେ ତିନି ରଥକୁ ଅଟକିବାକୁ ପଡ଼ିଥିଲା। ଯେଉଁଥିପାଇଁ ରଥ ଗଡ଼ିବା ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି।

ଦ୍ବିତୀୟ କାରଣ ହେଉଛି, ଶ୍ରୀମନ୍ଦିର ଦାୟିତ୍ବରେ ପୂର୍ଣ୍ଣକାଳୀନ ପ୍ରଶାସକ ଦାୟିତ୍ବ ଗ୍ରହଣ ପରେ ଜିଲ୍ଲା ପ୍ରଶାସନ ସହିତ ଶୀତଳ ଯୁଦ୍ଧ ଚାଲିଥିବା ଅଭିଯୋଗ ଉଠୁଛି। ଏହି ଶୀତଳଯୁଦ୍ଧର ପରିଣାମ ସ୍ବରୂପ ରଥଯାତ୍ରା ଦାୟିତ୍ବରେ ଥିବା ମୁଖିଆମାନେ ନିଜ ନିଜ ଭିତରେ ସମନ୍ବୟ ରଖିବାରେ ଗୁରୁତର ଅବହେଳା କରିଥିବା ଅଭିଯୋଗ ହେଉଛି। ରଥ ବିଳମ୍ବର ଏହା ଆଉ ଏକ କାରଣ। ସେପଟେ ରଥ ବ୍ରେକ ପକାଇବାକୁ ନେଇ ଏହି ଦାୟିତ୍ବ ନେଇଥିବା ଠିକାଦାର ଓ ଭୋଇ ସେବକଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧକୁ ମଧ୍ୟ ଗୋଟିଏ ମହଲ ଦାୟୀ କରୁଛନ୍ତି। ଶ୍ରୀଜଗନ୍ନାଥ ପ୍ରେମୀ ଅହଙ୍କାରଙ୍କୁ ଆଙ୍ଗୁଠି ଉଠାଇଛନ୍ତି। ତିନି ରଥକୁ ସଂଧ୍ୟା ପୂର୍ବରୁ ଶରଧାବାଲିରେ ପହଞ୍ଚାଇ ଦେବା ନେଇ କିଛି ଅଧିକାରୀ ଓ ସେବାୟକଙ୍କ ବାହାସ୍ଫୋଟ ଉପରେ ପ୍ରଚଣ୍ଡ ମାଡ଼ ବସିଛି। ମାନବୀୟ ଲୀଳା ଦେଖାଇ ଏହି ଗର୍ବକୁ ନିଜେ ସ୍ବୟଂ ମହାପ୍ରଭୁ ଭାଙ୍ଗି ଦେଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।