ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉପା ତୁଳନାରେ ମୋଦୀ ସରକାର ନିଯୁକ୍ତି ଦେବାରେ ଆଗୁଆ: ଡ. ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ମୋଦୀ ସରକାର ୯ ବର୍ଷର ଶାସନକାଳ ୨୦୧୪ରୁ ୨୦୨୩ ମଧ୍ୟରେ ପ୍ରାୟ ୯ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେଇଛନ୍ତି, ଯେତେବେଳେ କି ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ଉପା ସରକାରଙ୍କ ଶାସନର ୯ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସରକାରୀ ନିହୁକ୍ତି ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପରମାଣୁ ଶକ୍ତି ବିଭାଗ ଏବଂ ମହାକାଶ ବିଭାଗ ତଥା କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡ ଜିତେନ୍ଦ୍ର ସିଂହ ଆଜି ଏହା କହିଛନ୍ତି।

ମୋଦୀ ସରକାରଙ୍କ ନଅ ବର୍ଷ ମଧ୍ୟରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଯଥେଷ୍ଟ ବୃଦ୍ଧି ଘଟିଥିବା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୬ଟି ରୋଜଗାର ମେଳାରେ ବହୁ ନିଯୁକ୍ତି ଦିଆଯାଇଛି, ପ୍ରତ୍ୟେକ ଅଭିଯାନରେ ୭୦,୦୦୦ରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

ସବିଶେଷ ତଥ୍ୟ ପ୍ରଦାନ କରି ଡ ସିଂହ କହିଛନ୍ତି ଯେ ଉପାର ପ୍ରଥମ ନଅ ବର୍ଷରେ ପ୍ରଦାନ କରାଯାଇଥିବା ୬,୦୨,୦୪୫ ସରକାରୀ ନିଯୁକ୍ତି ତୁଳନାରେ ଗତ ନଅବର୍ଷରେ ୮,୮୨,୧୯୧ କେନ୍ଦ୍ର ସରକାରୀ ପଦବୀ ପୂରଣ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଯୁବକମାନଙ୍କୁ କେବଳ ସରକାରୀ ଚାକିରି ଉପରେ ନିର୍ଭରଶୀଳ ନ ହୋଇ ବରଂ ଚାକିରି ସୃଷ୍ଟି କରିବାକୁ ମଧ୍ୟ ଜାଗ୍ରତ କରିଛନ୍ତି। ପୂର୍ବରୁ ଅତି କମ୍ ସଂଖ୍ୟକ ଅର୍ଥାତ୍ ୩୫୦ ଷ୍ଟାର୍ଟଅପ୍ ଥିବାବେଳେ ବର୍ତ୍ତମାନ ୧ ଲକ୍ଷ ଷ୍ଟାର୍ଟଅପ୍ ଅଛି। ପ୍ରଧାନମନ୍ତ୍ରୀ ଆମକୁ ଭିଜନ ୨୦୪୭ ପାଇଁ ପ୍ରସ୍ତୁତ କରୁଛନ୍ତି ଯାହାକି ବାକି ବିଶ୍ୱକୁ ଆଗେଇ ନେବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ