ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତିନିଦିନିଆ ଆମେରିକା ଗସ୍ତରେ ଗଲେ ମୋଦୀ, ଏସବୁ ପ୍ରସଙ୍ଗରେ ହୋଇପାରେ ଆଲୋଚନା

ନ୍ୟୁୟର୍କ: ଆଜି ସକାଳେ ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ବିଳମ୍ବିତ ରାତିରେ ନ୍ୟୁୟର୍କରେ ପହଞ୍ଚିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଆମେରିକା ଗସ୍ତରେ ଯାଇଥିବାବେଳେ ଏଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ। ଯେଉଁଥିରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଅଛି | ମିଳିଥିବା ସୂଚନା ମୁତାବକ ଭାରତରେ ଯୁଦ୍ଧ ବିମାନର ଇଞ୍ଜିନ ନିର୍ମାଣ ପାଇଁ ଆମେରିକା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ବୈଠକ ପରେ ଇଞ୍ଜିନ ନିର୍ମାଣ କାମ ଆରମ୍ଭ ହୋଇପାରେ | ଜିଇ-ଏଫ୪୧୪ ଜେଟ୍ ଇଞ୍ଜିନର ଶତ ପ୍ରତିଶତ ଟେକ୍ନୋଲୋଜି ଦେବାକୁ ଆମେରିକା ସହିତ ଏକ ଚୁକ୍ତିନାମା ହୋଇଥିଲା |

ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼(HAL)ର ସହଯୋଗରେ ଜେନେରାଲ୍ ଇଲେକ୍ଟ୍ରିକ୍ ଏହାକୁ ଭାରତରେ ନିର୍ମାଣ କରିବ | ତେଣୁ କିଭଳି ଭାରତରେ ଇଞ୍ଜିନ ନିର୍ମାଣ ଶୀଘ୍ର ହୋଇପାରିବ, ସେବାବଦରେ ଆଲୋଚନା ହେବ | ସେହିପରି ଆମେରିକୀୟ ଭିସା ପାଇବା ପାଇଁ ଭାରତୀୟମାନଙ୍କୁ ଅଧିକ ସଂଘର୍ଷ କରିବାକୁ ପଡୁଛି | ବେଳେବେଳେ ଭିସା ପାଇବା ପାଇଁ ୬୦୦ ଦିନରୁ ଅଧିକ ସମୟ ଲାଗୁଛି | କୁହାଯାଉଛି ଯେ ମୋଦୀଙ୍କ ଆମେରିକୀୟ ଗସ୍ତ ସମୟରେ ଏହା ଉପରେ ମଧ୍ୟ ଆଲୋଚନା କରାଯାଇପାରେ।

ଏହାପୂର୍ବରୁ କିଛି ଆମେରିକୀୟ ସାଂସଦ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ଭାରତୀୟଙ୍କ ପାଇଁ ଭିସା ଅପେକ୍ଷା ସମୟ ହ୍ରାସ କରିବାକୁ ଦାବି କରାଯାଇଥିଲା। ଆଉ ଯଦି ଆଲୋଚନା ସଫଳ ହୁଏ, ତେବେ ଭାରତୀୟମାନଙ୍କୁ ଆମେରିକୀୟ ଭିସା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ | ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଆମେରିକୀୟ କମ୍ପାନୀର ସିଇଓଙ୍କୁ ଭେଟିବେ। ଏହା ପରେ ସେ ବୁଧବାର ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସରେ ବି ସାମିଲ ହେବେ |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ