ରାଜ୍ୟ

ଅନୌପଚାରିକ ଭାବେ ବିଜେପି ସହ ବିଜେଡି ଅଛି, ମମତାଙ୍କ ସାଂସଦ ଦେଲେ ହଟଚମଟ ବୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ -୨୦୨୪ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି | ଏଭଳି ପରିସ୍ଥିତିରେ ବିରୋଧୀ ଦଳର ନେତାମାନେ ଏବେ ମୋଦୀଙ୍କ ବିପକ୍ଷରେ ଲଢେଇ ପାଇଁ ଏକଜୁଟ ହେବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓ’ବ୍ରାୟନ୍ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ହଟଚମଟ ବୟାନ ଦେଇଛନ୍ତି | ସେ କହିଛନ୍ତି, “ନବୀନଙ୍କ ପାଖରେ ପହଞ୍ଚିବା କଷ୍ଟସାଧ୍ୟ ହୋଇପାରେ କାରଣ ବିଜେଡି ଅନୌପଚାରିକ ଭାବରେ ବିଜେପି ସହ ଅଛି। ସେ କହିଛନ୍ତି ଯେ, ‘ନବୀନ ପଟ୍ଟନାୟକ ମେ ୨୭ ତାରିଖ ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ |

ବିରୋଧୀ ଦଳ ନୂତନ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ କରିଥିଲେ ବି ବିଜେଡି ସୁପ୍ରିମୋ ୨୧ ଜଣିଆ ସାଂସଦଙ୍କ ପ୍ରତିନିଧି ଦଳ ସମାରୋହକୁ ପଠାଇଥିଲେ | ଆଉ ଏଭଳି କରି ଅଣ-ବିଜେପି ଦଳର ନିଷ୍ପତ୍ତିରୁ ନିଜକୁ ଦୂରେଇ ରଖିଥିଲେ। ନବୀନ ପଟ୍ଟନାୟକ ଅନୌପଚାରିକ ଭାବରେ ବିଜେପି ସହ ଅଛନ୍ତି’ | ଡେରେକ ଓ’ବ୍ରାୟନ୍ କହିଛନ୍ତି ଯେ ମଣିପୁରରେ ଯେଭଳି ଦୟନୀୟ ସ୍ଥିତି ହୋଇଛି, ସେବାବଦରେ ନବୀନ କିଛି କହିବେ ନାହିଁ | ବରିଷ୍ଠ ବିରୋଧୀଦଳ ନେତାମାନେ ନବୀନଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି | ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ | ସେମାନେ ନବୀନଙ୍କୁ ବିରୋଧୀ ଦଳରେ ସାମିଲ କରିବାକୁ ଭେଟି ମନାଇଥିଲେ, କିନ୍ତୁ ତାହା ହୋଇପାରି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।