ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୨ରେ ୨୮ ବିଧାନସଭା ହାରାହାରି ୨୧ ଦିନ ବସିଛି; କେରଳ ସର୍ବାଧିକ ୪୮ ଦିନ, ଓଡ଼ିଶା ୪୧ ଦିନ

ନୂଆଦିଲ୍ଲୀ : ଦେଶକୁ ନିକଟରେ ଏକ ନୂଆ ସଂସଦ ଭବନ ମିଳିଛି। ଏଥିରେ ଉତ୍ସାହିତ ହୋଇ ଅନେକ ରାଜ୍ୟ ନୂଆ ବିଧାନସଭା ଭବନ ନିର୍ମାଣ ପାଇଁ ‌ଯୋଜନା କରିଛନ୍ତି। ଏଭଳି ସ୍ଥଳେ ରାଜ୍ୟ ବିଧାନସଭାଗୁଡ଼ିକ କାର୍ଯ୍ୟ କିଭଳି ଚାଲିଛି ବ୍ୟବସ୍ଥାପିକା ସଂପର୍କରେ ଅନୁଶୀଳନ କରୁଥିବା ସଂସ୍ଥା ପିଆରଏସ୍‌ ଲେଜିସ‌ଲେଟିଭ ରିସର୍ଚ୍ଚର ‘ଆନୁଆଲ ରିଭ୍ୟୁ ଅଫ୍‌ ଷ୍ଟେଟ୍‌ ଲଜ୍‌ ୨୦୨୨’ ରିପୋର୍ଟରେ ତାହା ପଦାକୁ ଆସିଛି। ରିପୋର୍ଟ ଅନୁଯାୟୀ ୨୦୨୨ରେ ୨୮ଟି ରାଜ୍ୟ ବିଧାନସଭା ହାରାହାରି ୨୧ ଦିନ ବସିଛି।

୨୦୧୬ରୁ ୨୦୨୨ ମଧ୍ୟରେ ୨୪ ରାଜ୍ୟ ବିଧାନସଭା ହାରାହାରି ୨୫ ଦିନ ବସିଛି। କେରଳ ବିଧାନସଭା ବର୍ଷକୁ ସର୍ବାଧିକ ୪୮ ଦିନ ବସିଛି। କେରଳ ପଛକୁ ଓଡ଼ିଶା ବିଧାନସଭା ହାରାହାରି ୪୧ ଏବଂ କର୍ଣ୍ଣାଟକ ବିଧାନସଭା ହାରାହାରି ୩୫ ଦିନ ବସିଛି। ୨୦୧୬ ପରଠାରୁ ରାଜ୍ୟ ବିଧାନସଭା କାର୍ଯ୍ୟ ଦିବସ କମିଯାଇଛି। ମହାମାରୀ ପରେ ୨୦୨୦ରେ ବିଧାନସଭା ସବୁଠୁ କମ୍‌ ଦିନ ବସିଛି।

ତେଲେଙ୍ଗାନା , ମଧ୍ୟପ୍ରଦେଶ ଏବଂ ଗୋଆ ବିଧାନସଭା କାର୍ଯ୍ୟ ଦିବସ ମଧ୍ୟ ବହୁତ କମିଯାଇଛି। ହରିୟାଣା, ପଂଜାବ ଏବଂ ତ୍ରିପୁରା ୨୦୧୬ ପରଠାରୁ କୌଣସି ବର୍ଷ ୨୦ ରୁ ଅଧିକ ଦିନ ବସିନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ