ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ତ୍ରୀକୁ ହତ୍ୟା ପରେ ରାତିଅଧରେ ପୋଡ଼ିଦେଲା ସ୍ୱାମୀ, ତିନି ଅଭିଯୁକ୍ତ ଗିରଫ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା କରି ପୋଡ଼ିଦେଲା ସ୍ୱାମୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁତଲାମହୁଲ ଗାଁରେ।

ମିଳିଥିବା ସୂଚନା ଅନୁସାରେ ପୁତଲାମହୁଲ ଗାଁର ଦେବରାଜ ସାହୁ ୬ ବର୍ଷ ତଳେ ଚିଙ୍ଗିରିତାଳ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବେଶ ହସଖୁସିରେ ସଂସାର ଚାଲିଥିବା ବେଳେ ତାଙ୍କର ଏକ ୪ ବର୍ଷର ଝିଅଟିଏ ବି ରହିଛି। ହେଲେ କୌଣସି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥୁଲା। ଶନିବାର ସକାଳୁ ମଧ୍ୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା।

ଅପରାହ୍ନରୁ ସ୍ତ୍ରୀ ଆଉ ଘର ବାହାରକୁ ବାହାରି ନଥିଲେ। ଘରେ ତାଙ୍କ ସ୍ୱାମୀ ମାରିଦେଇଥିଲା। ପରେ ଘଟଣାକୁ ଲୁଚାଇବାକୁ ଯାଇ ରାତ୍ରି ପ୍ରାୟ ଗୋଟାଏରେ ଏକ ଅଖା ବସ୍ତାରେ ସ୍ତ୍ରୀର ଶବକୁ ଭର୍ତ୍ତି କରି ଗାଁ ନିକଟରେ ଏକ ନିଛାଟିଆ ସ୍ଥାନକୁ ନେଇ ପୋଡ଼ି ଦେଇଥିବା ଜଣାପଥିଲା। ଘଟଣା ପ୍ରଘଟ ହେବା ପରେ ପୁଲିସ ସ୍ୱାମୀ ଦେବରାଜ, ଦେଢଶୁର ଟିକେଲାଲ ଏବଂ ଜଣେ ସମ୍ପର୍କୀୟ ମଉସା ଗୁଣନିଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।