ଅପରାଧ ରାଜ୍ୟ

ଆସିକା ପ୍ରାଣୀ ଚିକିତ୍ସା ଅଧିକାରୀ ଗିରଫ, ୯ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ପାଇଁ ବ୍ୟବହୃତ ବୋଲେରୋ ଗାଡ଼ି ମାଲିକଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚିକିତ୍ସାଧିକାରୀ ଡା. ରବିନାରାୟଣ ସାହୁଙ୍କୁ ଧରିଛନ୍ତି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୭/୨୩ରେ ଏକ ମାମଲା ରୁଜୁ କରିଛି।

ଚିକିତ୍ସା ଅଧିକାରୀ ଡା. ସାହୁ ୨୦୨୩-୨୪ ବର୍ଷ ନିମନ୍ତେ ବୋଲେରୋ ଗାଡ଼ି ଚୁକ୍ତିର ନବୀକରଣ ପାଇଁ ଗାଡ଼ି ମାଲିକଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ,ଏହି ଟଙ୍କା ନମିଳିବାରୁ ସେ ଏ ସମ୍ପର୍କିତ କାଗଜପତ୍ର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇ ନଥିଲେ।

ଏ ନେଇ ଗାଡ଼ି ମାଲିକ ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନରେ ଗାଡ଼ି ମାଲିକ ଲାଞ୍ଚ ବାବଦ ଟଙ୍କା ନେଇ ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଡା. ସାହୁଙ୍କୁ ସେ ଲାଞ୍ଚ ଟଙ୍କା ଦେଇସାରିବା ପରେ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍‌ ସେଠାରେ ଚଢ଼ଉ କରିଥିଲେ। ଭିଜିଲାନ୍ସ ଟିମ୍‌ ଲାଞ୍ଚ ବାବଦ ୯ହଜାର ଟଙ୍କା ଜବତ କରିବା ସହିତ ଡା.ସାହୁଙ୍କୁ ଗିରଫ କରିଛନ୍ତି। ଏହାପରେ ଭିଜିଲାନ୍ସ ଟିମ୍‌ ଡା.ସାହୁଙ୍କ ଅଫିସ୍‌ ଚାମ୍ବର ଓ ଘର ସମେତ ୩ଟି ସ୍ଥାନରେ ଯାଞ୍ଚ କରୁଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।