ଅପରାଧ ରାଜ୍ୟ

ରଜ ବେଳେ ତାସ୍‌ ଖେଳରୁ ଗଣ୍ଡଗୋଳ: ଯୁବକଙ୍କୁ ପଥରରେ ଛେଚି ହତ୍ୟା

ପାଳଲହଡ଼ା : ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ବରଡିହ ପଞ୍ଚାୟତ ଖଡ଼କା ଗାଁରେ ଶୁକ୍ରବାର ଭୋର୍‌ରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ରଜ ଅବସରରେ ତାସ୍‌ ଖେଳ ଚାଲିଥିବାବେଳେ ଏଥିରେ ବଚସା ହେବାରୁ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସହିତ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ, ମେଘନାଦ ବେହେରା (୪୦)।

ସୂଚନା ଅନୁଯାୟୀ, ରଜ ଅବସରରେ ଗତକାଲି ଦିନବେଳେ ଓ ରାତିସାରା ଗାଁରେ ତାସ୍‌ ଖେଳ ଚାଲିଥିଲା। ଆଜି ଭୋର୍‌ ପ୍ରାୟ ୪ ଟାବେଳେ ଖେଳାଳିଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା କ୍ରମେ ଉଗ୍ରରୂପ ନେଇଥିଲା। ତାସ୍‌ ଖେଳୁଥିବା ମେଘନାଦଙ୍କୁ ହଠାତ୍‌ ୪ ଜଣ ଯୁବକ ରଂଜନ ଗିରି, ତାଙ୍କ ଭାଇ ଦୁଖନ ଗିରି, ସହଯୋଗୀ ଚକ୍ର ଗିରି ଓ ଫକିର ଗିରି ସଂଘବଦ୍ଧ ଭାବେ ଟାଙ୍ଗିଆରେ ହାଣି ରକ୍ତାକ୍ତ କରିବା ପରେ ପଥର ଛେଚି ହତ୍ୟା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।