ଭୁବନେଶ୍ବର: ଭାଉଜ ସହ ଚାଲିଥିବା ଲୁଚାଛପା ପ୍ରେମ ଧରାପଡ଼ିବା ପରେ ଭାଇକୁ ଖଣ୍ଡାରେ ହାଣିବା ମାମଲାରେ ଖଣ୍ଡଗିରି ଥାନା ପୁଲିସ ଦିଅର ଓ ଭାଉଜଙ୍କୁ ଗିରଫ କରିଛି। ସେମାନେ ହେଲେ, ଡୁମୁଡୁମା ଫେଜ୍-୨ ଅଞ୍ଚଳର ପ୍ରଶାନ୍ତ ନାୟକ(୨୩) ଓ ତପୋବନବସ୍ତିର ଚିନ୍ମୟୀ ବେହେରା(୨୯)। ପ୍ରଶାନ୍ତଠାରୁ ପୁଲିସ୍ ଗୋଟିଏ ଖଣ୍ଡା ଜବତ କରିଛି।
ସୂଚନା ମୁତାବକ, ବଳରାମ ପ୍ରଧାନ ସପରିବାରେ ତପୋବନ ବସ୍ତିରେ ରହୁଥିଲେ। ଗାଁରେ ବେକାର ବୁଲୁଥିବା ମାମୁଁ ପୁଅ ଭାଇ ପ୍ରଶାନ୍ତକୁ କୌଣସି କାମଧନ୍ଦାରେ ଲଗାଇବା ପାଇଁ ସେ ପାଖକୁ ନେଇ ଆସିଥିଲେ। ଘରେ ରହିବା ଭିତରେ ଭାଉଜ ସହ ତା’ର ଅନୈତିକ ସଂପର୍କ ଗଢ଼ି ଉଠିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରଶାନ୍ତ ଏକ ଖଣ୍ଡା ଆଣି ବଳରାମଙ୍କୁ ଚୋଟ ପରେ ଚୋଟ ପକାଇଥିଲା। ଏଥିରେ ଚିନ୍ମୟୀ ମଧ୍ୟ ପ୍ରଶାନ୍ତଙ୍କୁ ସହଯୋଗ କରିଥିଲେ। ଗତକାଲି ପୁଲିସ ଚିନ୍ମୟୀଙ୍କୁ ଅଟକ ରଖିଥିବା ବେଳେ ଆଜି ପ୍ରଶାନ୍ତକୁ ନୟାଗଡ଼ରୁ ଗିରଫ କରିଥିଲା।