ଅପରାଧ ଦେଶ ବିଦେଶ

ଦଶମ ଶ୍ରେଣୀ ଛାତ୍ର ଉପରେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ବପତଲା ଜିଲ୍ଲା‌ରେ ଆଜି ଏକ ଭୟଙ୍କର ଅଘଟଣ ଘଟିଯାଇଛି। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଉପରେ ପେ‌ଟ୍ରୋଲ ଢାଳି ତାଙ୍କୁ ଜିଅନ୍ତା ଜାଳି ଦେଇଛି ଜଣେ ବ୍ୟକ୍ତି। ୧୫ ବର୍ଷୀୟ ଛାତ୍ର ଅମରନାଥଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହସ୍ପିଟାଲକୁ ନେବା ବାଟରେ ଅମରନାଥ ତାଙ୍କ ଉପରେ ଯେଉଁମ‌ାନେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ସେମାନଙ୍କ ନାମ କହିଛନ୍ତି। ଛାତ୍ରଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ୨୧ ବର୍ଷୀୟ ଭେଙ୍କଟେଶ୍ବର ଏହି କାଣ୍ଡ ଘଟାଇଛି। ଭେଙ୍କଟେଶ୍ବର ଅମରନାଥଙ୍କ ଭଉଣୀଙ୍କୁ ନିର୍ଯା‌ତନା ଦେଉଥିଲା। ଏଥିପାଇଁ ଭେଙ୍କଟେଶ୍ବର ସହ ଅମରନାଥଙ୍କ ବିବାଦ ହୋଇଥିଲା। ଏହି କାରଣ ପାଇଁ ଭେଙ୍କଟେଶ୍ବର ଅମରନାଥଙ୍କୁ ହତ୍ୟା କରିଥିବା କୁହାଯାଉଛି। ବପତଲା ପୁଲିସ ଅଫିସର ବକୁଲ ଜିନ୍ଦଲ କହିଛନ୍ତି, ଉକ୍ତ ଘଟଣାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୋକ୍ସୋ ଆଇନ ଅଧୀନରେ ଅଭିଯୁକ୍ତ ବିରୋଧରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ