ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଗୁଣ୍ଡିଚା ପାଇଁ ଶ୍ରୀକ୍ଷେତ୍ର ଗଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ତିଗିରିଆ : ପୁରୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ପାଇଁ କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ର ପ୍ରସିଦ୍ଧ ହସ୍ତତନ୍ତ ଗ୍ରାମ ନୂଆପାଟଣାରୁ ଖଣ୍ଡୁଆ ପାଟ ଓ ତାରାବଳୀ ପାଟ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଯାଇଛି। ଏ ସଂପର୍କରେ ନୂଆପାଟଣା ହରିହରପୁରପାଟଣାର ସୁନାମଧନ୍ୟ ବୁଣାକାର ଶରତ କୁମାର ପାତ୍ର ସୂଚନା ଦେଇଛନ୍ତି।

ଗୁଣ୍ଡିଚା ଯାତ୍ରା ପାଇଁ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପ୍ରସ୍ତୁତି ପ୍ରାୟ ୬ ମାସ ଆଗରୁ ଆରମ୍ଭ ହୋଇଥାଏ। ଏହି ପାଟ ପ୍ରସ୍ତୁତି ସମୟରେ ଶରତଙ୍କ ପରିବାର ନିଷ୍ଠାର ସହ ହବିଷାନ୍ନ ଭକ୍ଷଣ କରିବା ସହିତ ଅନ୍ୟ ନୀତିନିୟମ ପାଳନ କରନ୍ତି। ସୂଚନା ଅନୁସାରେ, ପୁରୁଷାନୁକ୍ରମେ ଶରତଙ୍କ ପରିବାର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏହି ସେବା ଯୋଗାଇ ଦିଆଯାଉଛି। ଶରତଙ୍କ ବାପା ସୁନାମଧନ୍ୟ ବୁଣାକାର ସ୍ବର୍ଗତ ଗୋପାଳ ପାତ୍ର ଓ ଜେଜେ ବାପା ମଧ୍ୟ ଏହି କାର୍ଯ୍ୟ କରି ଆସୁଥିଲେ। ବର୍ତ୍ତମାନ ସେ ଗବେଷଣାଭିତ୍ତିକ ବୟନ କାର୍ଯ୍ୟ କରୁଥିବା କହିଛନ୍ତି। ବୟନରେ କିଭଳି ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗର ଅଧିକ ବ୍ୟବହାର କରାଯିବ ଓ ନୂତନ ଢାଞ୍ଚାରେ ବୟନ କାର୍ଯ୍ୟ ସମ୍ପାଦିତ ହେବ, ସେ ନେଇ ଗବେଷଣା କରୁଛନ୍ତି ବୋଲି ଶରତ ସୂଚନା ଦେଇଛନ୍ତି। ଶରତଙ୍କୁ ତାଙ୍କ ବଡ଼ଭାଇ, ସାନଭାଇ ଓ ପତ୍ନୀ ଏହି କାର୍ଯ୍ୟରେ ସହାୟତା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଶରତଙ୍କ ପତ୍ନୀ ଯଶୋଧାରା ପାତ୍ର ଓଡ଼ିଶାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଝୋଟି ଶାଢ଼ି ଉପରେ ବୁଣି ୨୦୦୭ ମସିହାରେ ଜାତୀୟ ପୁରସ୍କାର ଲାଭ କରିଥିଲା ବେଳେ ସାନଭାଇ ସହଦେବ ପାତ୍ର ନାରୀଙ୍କ ଜୀବନୀ ବର୍ଣ୍ଣନା ହୋଇଥିବା ଶାଢ଼ୀ ବୁଣି ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।